ETV Bharat / state

ନବରଙ୍ଗପୁରରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Oct 6, 2020, 7:17 PM IST

ନବରଙ୍ଗପୁର ଜିଲ୍ଲାରୁ ଆଜି(ମଙ୍ଗଳବାର) ପୁଣି 72 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l

ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନବରଙ୍ଗପୁର: ଦିନକୁ ଦିନ ରାଜ୍ୟରେ କୋରୋନା ବଢିବାରେ ଲାଗିଥିବାବେଳେ ପ୍ରତିଦିନ ସବୁ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାରୁ ଆଜି(ମଙ୍ଗଳବାର) ପୁଣି 72 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l

ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆକ୍ରାନ୍ତଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକରୁ 15 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 14 ଜଣ ସର୍ବାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ପୌରାଞ୍ଚଳରୁ 8 ଜଣ ଓ ଉମରକୋଟ ଏବଂ ନନ୍ଦାହାଣ୍ଡି ବ୍ଲକରୁ ମଧ୍ୟ 8 ଜଣ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ସେହିପରି କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକରୁ 5 ଜଣ ଲେଖାଏଁ ନବରଙ୍ଗପୁର ବ୍ଲକରୁ 4ଜଣ, ଡାବୁଗାଁ ବ୍ଲକରୁ 3 ଜଣ ଏବଂ ଝରିଗାଁ ଓ ରାଇଘର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମଙ୍ଗଳବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4,103ରେ ପହଁଞ୍ଚିଛି।

ସେମାନଙ୍କ ମଧ୍ୟରୁ 3,476 ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ 596 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 485ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସୀତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 70,991 ଜଣଙ୍କର କୋଭିଡ-19 ପରୀକ୍ଷା କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.