ETV Bharat / state

ନବରଙ୍ଗପୁର: ବଣିକ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା - ବଣିକ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା

ବାଣିଜ୍ୟକର ଓ ଜିଏସଟି ବିଭାଗ ଟାର୍ଗେଟରେ ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନ । ଫଳରେ ନାନା ସମସ୍ୟା ଭୋଗୁଛନ୍ତି ବ୍ୟବସାୟୀ । ପ୍ରତିବାଦରେ ବଣିକ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା । ଅଧିକ ପଢ଼ନ୍ତୁ

ନବରଙ୍ଗପୁର :  ବଣିକ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Jul 7, 2022, 9:20 PM IST

ନବରଙ୍ଗପୁର : ବାଣିଜ୍ୟକର ଓ ଜିଏସଟି ବିଭାଗ ଟାର୍ଗେଟରେ ଉମରକୋଟ ସହରର ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନ । ଯାହାର ପ୍ରତିବାଦରେ ବ୍ୟବସାୟୀଙ୍କ ୧୨ ଘଣ୍ଟିଆ ବନ୍ଦ ଡାକରା । ଏଥିଯୋଗୁଁ ଉମରକୋଟ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଗତ କିଛିଦିନ ଧରି ବାଣିଜ୍ୟକର ଓ ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅତର୍କିତ ଚଢ଼ଉ କରି ବ୍ୟବସାୟୀଙ୍କ ଠାରୁ ମନଇଚ୍ଛା ଫାଇନ ଆଦାୟ କରୁଛନ୍ତି ।

ନବରଙ୍ଗପୁର : ବଣିକ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା

ଏନେଇ ଉମରକୋଟ ସହରର ବ୍ୟବସାୟୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଓଡ଼ିଶାର ଅନ୍ୟାନ୍ୟ ସହରରେ ଏପରି ଚଢଉ ହେଉନଥିବା ବେଳେ ଉମରକୋଟରେ କାହିଁକି ଘନଘନ ଚଢ଼ଉ କରାଯାଉଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି । କରୋନା ମହାମାରୀରେ ଗତ ଦୁଇ ବର୍ଷ ହେଲା ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀ ମାନେ ବ୍ୟାଙ୍କ ଓ ଲୋକଙ୍କ ଠାରୁ ହାତ ଉଧାର ଆଣି ବହୁ କଷ୍ଟରେ ବ୍ୟବସାୟକୁ ଛିଡା କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ବାଣିଜ୍ୟକର ବିଭାଗର ଚଢ଼ଉ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗି ସାରିଲାଣି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ।

ଏହାର ପ୍ରତିବାଦରେ ଆଜି(ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଏହି ୧୨ ଘଣ୍ଟିଆ ବନ୍ଦରେ ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସମ୍ୱନ୍ଧୀୟ ସମସ୍ତ ପ୍ରତିଷ୍ଠାନକୁ ବନ୍ଦରୁ ବାଦ ଦିଆଯାଇଛି । ଯଦି ବିକ୍ରୀକର ବିଭାଗର ଚଢ଼ଉ ଯଦି ଆଗାମୀ ଦିନରେ ବନ୍ଦ ନହୁଏ ତେବେ ଉମରକୋଟ ବ୍ୟବସାୟୀ ମାନେ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.