ନବରଙ୍ଗପୁର: କୋଷାଗୁମୁଡା ବ୍ଲକର ଇନ୍ଦ୍ରାବତୀ ନଦୀ କୂଳରୁ ଗୋଟିଏ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଭାସୁଥିବା ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । କୋଷାଗୁମୁଡା ଥାନା ଅଥିକାରୀ ନଟବର ନନ୍ଦଙ୍କ ସହ ଫାଣ୍ଡି ଅଧିକାରୀ ଏଲ ଦେବେନ୍ଦ୍ର ରାଓ ଘଟଣା ସ୍ଥଳରେ ପହଞ୍ଚି ମୃହଦେହକୁ ଜବତ କରି ଘଟଣାସ୍ଥଳରେ ହିଁ ଶବକୁ ବ୍ୟବଚ୍ଛେଦ କରାଇଥିଲେ ।
ସୂଚନାଯୋଗ୍ୟ, ଉକିଆପାଲ୍ଲୀ ଗ୍ରାମପଞ୍ଚାୟତର ଘାଟବାସୁଲୀ ଗ୍ରାମ ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଅଜଣା ମୃତଦେହ ଭାସୁଥିଲା । ମୃତଦେହ ପଚି ଯାଇଥିବାରୁ ମୃତକଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ କୋଷାଗୁମୁଡା ଅଞ୍ଚଳରେ କୌଣସି ବ୍ୟକ୍ତି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ନାହିଁ । ତେଣୁ ମୃତଦେହଟି ଅନ୍ୟ ଆଡୁ ଭାସିଆସି ଏଠାରେ ଲାଗିଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ