ETV Bharat / state

ବାଲିଘାଟରୁ ବେଆଇନ ବାଲି ଚାଲାଣ, ୧୧ ଟ୍ରାକ୍ଟର ଜବତ

ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଝିଟୁକୁଗୁଡା ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୧୧ଟି ଟ୍ରାକଟରକୁ ଜବତ କରିଛନ୍ତି ସ୍ଥାନୀୟ ତହସିଲଦାର l ଅଧିକ ପଢନ୍ତୁ...

ବାଲିଘାଟରୁ ବେଆଇନ ବାଲି ଚାଲାଣ, ୧୧ ଟ୍ରାକଟର ଜବତ କଲେ ତହସିଲଦାର

author img

By

Published : Jul 3, 2020, 1:10 AM IST

ନବରଙ୍ଗପୁର: ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଝିଟୁକୁଗୁଡା ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ୧୧ଟି ଟ୍ରାକଟରକୁ ଜବତ କରିଛନ୍ତି ସ୍ଥାନୀୟ ତହସିଲଦାର l ଜବତ ଟ୍ରାକଟର ଗୁଡିକ ତୁମ୍ବର୍ଲା ଫାଣ୍ଡିରେ ରଖାଯାଇଥିବା ବେଳେ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି l

ବାଲିଘାଟରୁ ବେଆଇନ ବାଲି ଚାଲାଣ, ୧୧ ଟ୍ରାକ୍ଟର ଜବତ

ବେଆଇନ ବାଲିଚାଲାଣ ନେଇ ଲୋକଙ୍କ ଅଭିଯୋଗ ପରେ ତହସିଲଦାର ଏକ ଟିମ ସହିତ ତୁମ୍ବର୍ଲା ଫାଣ୍ଡିରେ ଠାରେ ଅପେକ୍ଷା କରି ରହିଥିଲେ l ବାଲି ବୋଝେଇ ଟ୍ରାକଟର ଗୁଡିକ ତୁମ୍ବର୍ଲାରେ ପହଞ୍ଚିବା ପରେ ତହସିଲଦାର ସମସ୍ତ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ l ବିନା ରୟାଲିଟିରେ ବାଲି ଚାଲାଣ ହେଉଥିବା ଜାଣିବା ପରେ ୧୧ଟି ଟ୍ରାକଟରକୁ ଜବତ କରାଯାଇ ତୁମ୍ବର୍ଲା ଫାଣ୍ଡିରେ ରଖାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି l

ମିଳିଥିବା ସୂଚନା ଅନୁଯାୟୀ, ପାପଡାହାଣ୍ଡି ତହସିଲ ଅଧୀନରେ ଥିବା ସମସ୍ତ ବାଲି ଘାଟ ନିଲାମର ଅବଧି ଚଳିତବର୍ଷ ମାର୍ଚ୍ଚ ମାସ ଠାରୁ ସରିଯାଇଛି l ଏହା ପରଠାରୁ ବାଲିଘାଟ ନିଲାମ ହୋଇ ନଥିବା ବେଳେ ବାଲି ମାଫିଆମାନେ ତୁରୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି l ଏଥି ଯୋଗୁଁ ସରକାରଙ୍କ ରାଜସ୍ବ ହାନି ହେଉଥିଲେ ହେଁ ରାଜସ୍ବ ବିଭାଗ ଚୁପ ରହୁଥିବାରୁ ଏହାକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.