ETV Bharat / state

ଦୁଇ ଦିନ ପାଇଁ ତାରାଗାଁ ସଟଡାଉନ, ଜାରି ରହିବ ଜରୁରୀ ସେବା

ଅଣାୟତ୍ତ କୋରୋନା ସ୍ଥିତି । ନବରଙ୍ଗପୁର ତାରାଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ । ଅଧିକ ପଢନ୍ତୁ...

taragaon short down due to corona
ତାରାଗାଁ ସଟ ଡାଉନ , ଜାରି ରହିବ ଜରୁରୀ ସେବା
author img

By

Published : Sep 27, 2020, 7:08 AM IST

ନବରଙ୍ଗପୁର: ରାଜ୍ୟରେ ଅଣାୟତ୍ତ କୋରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ଦ୍ରୁତ ଗତିରେ ବଢି ଚାଲିଛି । ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁରେ ମଧ୍ୟ କିଛି ଦିନ ମଧ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଗ୍ରାମବାସୀଙ୍କ ସୁରକ୍ଷା ଓ ସଂକ୍ରମଣ ରୋକିବା ନେଇ ପଞ୍ଚାୟତର ସରପଞ୍ଚ ଚମ୍ପା ନାୟକ ତାରାଗାଁକୁ ସେପ୍ଟେମ୍ବର 26 ଅପରାହ୍ନ 4ଟା ଠାରୁ ସେପ୍ଟେମ୍ବର 28 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି l

ତାରାଗାଁ ସଟ ଡାଉନ , ଜାରି ରହିବ ଜରୁରୀ ସେବା

ତେବେ,ସଟ ଡାଉନ ସମୟରେ କେବଳ ଜରୁରୀ ସେବା ଉପଲବ୍ଧ ହେବ । ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସ୍ଥାନୀୟ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି। ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ତାରାଗାଁ ଛକ, ପଖନାଗୁଡା,ଓ ନବରଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତାରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାରାଗାଁର 23 ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.