ETV Bharat / state

ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ

ନବରଙ୍ଗପୁରରେ ମକାର ଅଭାବି ବିକ୍ରି । ମଣ୍ତି ଖୋଲି ନଥିବା କହିଲେ ଚାଷୀ । ବାଧ୍ୟ ହୋଇ ଶାଗମାଛ ଦରରେ ବେପାରୀକୁ ବିକ୍ରି କରୁଛି ଫସଲ । ଅଧିକ ପଢନ୍ତୁ....

author img

By

Published : Jun 28, 2020, 3:17 PM IST

sweet corn selling is down in nabarangpur district, due to corona
ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ

ନବରଙ୍ଗପୁର: ମକାର ଅଭାବି ବିକ୍ରି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଖରାଟିଆ ମକା ଅମଳ ସରିଯାଇଛି । ଖଳାରେ ଶହ ଶହ କୁଇଣ୍ଟାଲ ମକା ଗଦା ହୋଇଛି । ଏସବୁ ମକା କ୍ଷେତରୁ ଆଣିବା ପରେ ବିକ୍ରି କରିବା ଲାଗି ଅନେଇ ବସିଛି ଚାଷୀ । ହେଲେ,ମଣ୍ତି ଖୋଲିନାହିଁ । କରଜ କରି ମକା ଚାଷ କରିଥିବା ଚାଷୀ ମଣ୍ତି ଖୋଲି ନଥିବାରୁ ଶାଗମାଛ ଦରରେ ଦଲାଲକୁ ଫସଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ସରକାର ଜିଲ୍ଲାରେ ମକା ମଣ୍ଡି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ମକା କିଣିବା ଲାଗି କୌଣସି ବ୍ୟବସାୟିକ ଅନୁଷ୍ଠାନର ଦେଖାନାହିଁ । ଲକଡାଉନ ଯୋଗୁ ମକା ଚାଷ କାର୍ଯ୍ୟରେ ସମସ୍ୟା ଦେଖାଦେଇଥିବା ବେଳେ ଏବର୍ଷ ବିକ୍ରି ପାଇଁ ବହୁ ଅସୁବିଧା ଲାଗି ରହିଥିବା ଚାଷୀ ଅଭିଯୋଗ କରିଛି ।

ମକାର ଅଭାବି ବିକ୍ରି, ଚିନ୍ତାରେ ଚାଷୀ

ଗତ ବର୍ଷ ମକା କ୍ବିଣ୍ଟାଲ ପ୍ରତି 1800 ରୁ 2000 ବିକ୍ରି ହୋଇଥିବା ବେଳେ ଚଳିତ ଥର ଦର1250 ଟଙ୍କା ରହିଛି। ଲକଡାଉନ ଯୋଗୁଁ ବେପାରୀ ମାନେ ମଧ୍ୟ ମକା କିଣିବାକୁ ଆସୁ ନଥିବା ଜଣାପଡିଛି । ଗତବର୍ଷ ନବରଙ୍ଗପୁର ଜିଲା କୋଷଗୁମୁଡା ବ୍ଲକ ବାମୁନିଠାରେ ଏକ ମକା ପ୍ରସେଶିଙ୍ଗ ୟୁନିଟ କରିବା ଲାଗି ଆନ୍ଦ୍ରପ୍ରଦେଶର ଏକ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ଏହି କମ୍ପାନୀ ଜିଲ୍ଲ।ରୁ ଚାଷୀଙ୍କ ଠାରୁ ମକା କିଣିବା ଲାଗି ସ୍ଥିର କରିଥିଲା । ହେଲେ ଏହି କମ୍ପାନୀ ମଧ୍ୟ ମକା କିଣୁ ନଥିବା ଅଭିଯୋଗ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.