ନବରଙ୍ଗପୁର: ଚନ୍ଦାହାଣ୍ଡି ଥାନା ଅଧୀନ ବେହେରାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ନିନ୍ଦନୀୟ ଘଟଣା । ଗ୍ରାମର ଗୋଟିଏ ପରିବାର ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପୀଡ଼ିତଙ୍କ ଶରୀରରେ ବୋଳିଛନ୍ତି ମଳ । ଏହି ଘଟଣାରେ ୭ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଚନ୍ଦାହାଣ୍ଡି ଥାନା ଅଧୀନ ବେହେରାମୁଣ୍ଡା ଗ୍ରାମର ପୀଡିତଙ୍କ ସହିତ ଘଟିଛି ଏହି ଘଟଣା । ଉକ୍ତ ଗ୍ରାମର ଲାବଣ୍ୟ ପାଣ୍ଡେଙ୍କ ସମେତ ତାଙ୍କ ପରିବାରର 6 ଜଣ ସଦସ୍ୟ ଗୁଣିଗାରେଡି଼ ସନ୍ଦେହ କରି ଘଟାଇଛନ୍ତି ଏପରି କାଣ୍ଡ । ପୀଡ଼ିତ ଦୋକାନ ଯାଉଥିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇ ଲାବଣ୍ୟଙ୍କ ପରିବାର ମାରପିଟ କରିଥିଲେ । ଏହାପରେ ସେମାନେ ଗୋଟିଏ ଛୋଟ ଶିଶୁର ମଳ ଆଣି ପୀଡ଼ିତଙ୍କ ଶରୀରରେ ବୋଳିଥିଲେ ।
ଏହି ଘଟଣା ପରେ ପୀଡ଼ିତ 7 ଜଣଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରମାନନ୍ଦ ସୁନାନୀ କେସ ନଂ 146/21 ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ