ETV Bharat / state

ଷ୍ଟ୍ରିଟ ଲାଇଟ ସମସ୍ୟାରେ ହଇରାଣ ଜିଲ୍ଲାବାସୀ, ସମାଧାନ ନହେଲେ ଅନଶନ - ନବରଙ୍ଗପୁରରେ ଷ୍ଟ୍ରିଟ ଲାଇଟ ସମସ୍ୟା

ଜଳୁନି କି କାମରେ ଆସୁନି ଷ୍ଟ୍ରୀଟ ଲାଇଟ । ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟ ଯିବାକୁ ରାସ୍ତାରେ ଲାଇଟର ଅଭାବ,ଲୋକମାନଙ୍କ ମନରେ ଆଶଙ୍କା । ଅଧିକ ପଢନ୍ତୁ...

Street Light problem
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jan 10, 2020, 5:23 AM IST

ନବରଙ୍ଗପୁର: ଜଳୁନି କି କାମରେ ଆସୁନି ଷ୍ଟ୍ରୀଟ ଲାଇଟ । ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟ ଯିବାକୁ ରାସ୍ତାରେ ଲାଇଟର ଅଭାବ । ଲୋକମାନଙ୍କ ମନରେ ଆଶଙ୍କା । ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି । ଷ୍ଟ୍ରିଟ ଲାଇଟ ବହୁଦିନ ହେବ ଜଳୁନଥିବାରୁ ସ୍ଥାନୀୟ ବାସୀନ୍ଦା ଓ ବିଶେଷ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି।

ଷ୍ଟ୍ରିଟ ଲାଇଟ ସମସ୍ୟାରେ ହଇରାଣ ଜିଲ୍ଲାବାସୀ

ସୂଚନା ଯୋଗ୍ୟ ଯେ ମୁଖ୍ୟ ସହର ଠାରୁ ମେଡ଼ିକାଲ ଯିବା ପାଇଁ ଦୁଇଟି ରାସ୍ତା ଥିବା ବେଳେ ଗୋଟିଏ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ । ଅନ୍ୟ ଏକ ରାସ୍ତାରେ ଷ୍ଟ୍ରିଟ ଲାଇଟ ଥିଲେ ମଧ୍ୟ ତାହା ଏବେ ଅଚଳ ଅବସ୍ଥାରେ ପଡ଼ି ରହିଛି । ନବରଙ୍ଗପୁର ସହର ଠାରୁ ମେଡିକାଲ ଯିବାକୁ ୨ କିଲୋମିଟର ଲେଖାଏଁ ଦୁଇଟି ରାସ୍ତା ରହିଛି । ଗୋଟିଏ ନୂଆବନ୍ଧ ଦେଇ ଯାଇଥିବା ବେଳେ ଅନ୍ୟଟି ଦଶହରାପଦା ଦେଇ ଯାଇଛି । ଦଶହରାପଦା ଦେଇ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ହେଇଥିବା ବେଳେ ଅନ୍ୟପଟେ ସଂଯୋଗ ହେଇପାରି ନାହିଁ । ତେବେ ଦଶହରାପଦା ଦେଇ ଯାଇଥିବା ସହରବାସୀଙ୍କ ଷ୍ଟ୍ରିଟ ଲାଇଟ ଏବେ ଅଚଳ ।

ଏହି ଦୁଇ ରାସ୍ତା ଦେଇ ଅନେକ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବାସଭବନ ରହିଛି । ଏହାସହ ସହରର ସବୁଠାରୁ ଗହଳି ରାସ୍ତା । ଏହି ଦୁଇ ରାସ୍ତାରେ ଷ୍ଟ୍ରିଟ ଲାଇଟ ସଂଯୋଗ କରିବା ନିମନ୍ତେ ଓକିଲ ସଂଘ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି ।

ଏହି ବାଟରେ ନବରଙ୍ଗପୁର ର ନର୍ସିଂ କଲେଜ ଅଛି, ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରାତ୍ରୀ ସମୟରେ ଯିବା ଆସିବାରେ ଭୟଭୀତ ହେଉଛନ୍ତି । ତେଣୁ ଏହି ବିଷୟରେ ଅଞ୍ଚଳବାସୀ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଅତିଶୀଘ୍ର ସଂଯୋଗ କରିବା ପାଇଁ ନନ୍ଦାହାଣ୍ଡି ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏବେ ସୁଦ୍ଧା ଲାଇଟ ସଂଯୋଗ ହେଇନାହିଁ ବୋଲି ନବରଙ୍ଗପୁର ବାସୀ ଅଭିଯୋଗ କରିଛନ୍ତି ।

ନବରଙ୍ଗପୁର ସହରରେ ଦିନକୁ ଦିନ ଅପରାଧ ବୃଦ୍ଧି ହେଉଥିବା ବେଳେ ଏଭଳି ଜରୁରୀକାଳୀନ କାର୍ଯ୍ୟକୁ ସରକାରୀ କର୍ମଚାରୀଙ୍କ ଅଣଦେଖା କରିବା ଲୋକଙ୍କ ମନରେ ଭୟର ଚିନ୍ତା ବଢ଼େଇ ଦେଇଥିବା ବେଳେ ଲୋକେ ଏବେ ସେହି ରାସ୍ତାରେ ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି । ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ସଦର ମହକୁମା ମେଡିକାଲ ଯିବା ଦୁଇଟି ରାସ୍ତାରେ ବିଜୁଳି ସଂଯୋଗ କରିବା ନିମନ୍ତେ ସାଧାରଣରେ ଦାବି ହେଇଛି । ନହେଲେ ଅଗାମୀ ଦିନରେ ଆନ୍ଦୋଳନ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ନବରଙ୍ଗପୁର ସଦର ମହକୁମା ଚିକିତ୍ସାଳୟ ଯିବାକୁ ରାସ୍ତାରେ ଲାଇଟର ଅଭାବ,ଲୋକମାନଙ୍କ ମନରେ ଭୟ ର ଆଶଙ୍କା।ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି।
ଫର୍ମାଟ-ଏଭିବିବି,୦୯/୦୧/୨୦
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------------
ଆଙ୍କର:-ନବରଙ୍ଗପୁର ସହର ଠାରୁ ମେଡ଼ିକାଲ ଯିବା ପାଇଁ ଦୁଇଟି ରାସ୍ତା ଥିବା ବେଳେ ଗୋଟିଏ ରାସ୍ତାରେ ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା ନାହିଁ ତେବେ ଅନ୍ୟ ଏକ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଥିଲେ ମଧ୍ୟ ତାହା ଏବେ ଅଚଳ ଅବସ୍ଥାରେ ପଡ଼ି ରହିଛି।ନବରଙ୍ଗପୁର ସହର ଠାରୁ ମେଡିକାଲ ଯିବାକୁ ୨ କିଲୋମିଟର ଲେଖାଏଁ ଦୁଇଟି ରାସ୍ତା ରହିଛି।ଗୋଟିଏ ନୂଆବନ୍ଧ ଦେଇ ଯାଇଥିବା ବେଳେ ଅନ୍ୟଟି ଦଶହରାପଦା ଦେଇ ଯାଇଛି।ଦଶହରାପଦା ଦେଇ ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ଥା ହେଇଥିବା ବେଳେ ଅନ୍ୟପଟେ ସଂଯୋଗ ହେଇପାରି ନାହିଁ।ତେବେ ଦଶହରାପଦା ଦେଇ ଯାଇଥିବା ଷ୍ଟ୍ରୀଟ ଲାଇଟ ଏବେ ବହୁ ଦିନ ହେଲାଣି ଜଳୁନି ଫଳରେ ଲୋକମାନେ ଓ ବିଶେଷ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି।ଏହି ଦୁଇ ରାସ୍ତା ଦେଇ ଅନେକ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ଏବଂ ସରକାରୀ ବାସଭବନ ଗୁଡ଼ାକ ରହିଥିବା ବେଳେ ବହୁ ବଡ଼ ବଡ଼ିଆ ଓ ସାଧାରଣ ଲୋକଙ୍କ ରାତିଦିନ ଯିବା ଆସିବା ଲାଗି ରହିଛି।ଏହି ଦୁଇ ରାସ୍ତାରେ ଷ୍ଟ୍ରୀଟ ଲାଇଟ ସଂଯୋଗ କରିବା ନିମନ୍ତେ ଓକିଲ ସଂଘ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି।ସେହି ବାଟରେ ନବରଙ୍ଗପୁର ର ନର୍ସିଂ କଲେଜ ଅଛି, ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରାତ୍ରି ସମୟରେ ଯିବା ଆସିବାରେ ଭୟଭୀତ ହେଉଛନ୍ତି ତେଣୁ ଏହି ବିଷୟରେ ଅଞ୍ଚଳବାସୀ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବାରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଷ୍ଟ୍ରୀଟ ଲାଇଟ ବ୍ୟବସ୍ଥା ଅତିଶୀଘ୍ର ସଂଯୋଗ କରିବା ପାଇଁ ନନ୍ଦାହାଣ୍ଡି ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ଲାଇଟ ସଂଯୋଗ ହେଇନାହିଁ ବୋଲି ନବରଙ୍ଗପୁର ବାସୀ ଅଭିଯୋଗ କରିଛନ୍ତି।ନବରଙ୍ଗପୁର ସହରରେ ଦିନକୁ ଦିନ ଅପରାଧ ବୃଦ୍ଧି ହେଉଥିବା ବେଳେ ଏଭଳି ଜରୁରୀକାଳୀନ କାର୍ଯ୍ୟକୁ ସରକାରୀ କର୍ମଚାରୀଙ୍କ ଅଣଦେଖା କରିବା ଲୋକଙ୍କ ମନରେ ଭୟର ଚିନ୍ତା ବଢ଼େଇ ଦେଇଥିବା ବେଳେ ଲୋକେ ଏବେ ସେହି ରାସ୍ତାରେ ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି।ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ସଦର ମହକୁମା ମେଡିକାଲ ଯିବା ଦୁଇଟି ରାସ୍ତାରେ ବିଜୁଳି ସଂଯୋଗ କରିବା ନିମନ୍ତେ ସାଧାରଣରେ ଦାବି ହେଇଛି।ନହେଲେ ଅଗାମୀ ଦିନରେ ଆନ୍ଦୋଳନ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.