ETV Bharat / state

ଗୁଗଲ୍ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ମିଡ଼ିଆ ବୈଠକ

ରାଜ୍ୟ ସ୍ତରୀୟ ମିଡ଼ିଆ ପ୍ରକୋଷ୍ଠ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ଗୁଗୁଲ୍ ମିଟ ମାଧ୍ୟମରେ ଏକ ବୈଠକ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 13, 2021, 6:01 AM IST

ଗୁଗୁଲ୍ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ମିଡ଼ିଆ ବୈଠକ

ନବରଙ୍ଗପୁର: ରାଜ୍ୟ ସ୍ତରୀୟ ମିଡ଼ିଆ ପ୍ରକୋଷ୍ଠ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ଗୁଗଲ୍ ମିଟ ମାଧ୍ୟମରେ ଏକ ବୈଠକ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଶ୍ରୀଯୁକ୍ତ ନିଲୁରାମ ଜେନା ସଭାପତିତ୍ତ୍ବ କରିଥିଲେ । ମୁଖ୍ୟ ମାର୍ଗଦର୍ଶକ ଡ. ନାରାୟଣ ମହାନ୍ତି ଯୋଗ ଦେଇ କେଉଁଭଳି ପ୍ରଚାର ଏବଂ ପ୍ରସାର କରାଯିବ, ଅବଗତ କରିଥିଲେ । ମଧ୍ୟ ଓ ପୂର୍ବୋତ୍ତର କ୍ଷେତ୍ର, ABRSM, ଭାରତର ପ୍ରଭାରୀ ଜ୍ଞାନେନ୍ଦ୍ର ନାଥ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମିଡ଼ିଆର ଉପଯୋଗୀ ବିଷୟରେ ଆଲୋକପାତ କରିଥିଲେ ।

ABRSM ଭାରତ କ୍ଷେତ୍ର ପ୍ରମୁଖ ଡ଼. ପବିତ୍ର କୁମାର ରଥ ଯୋଗ ଦେଇ ସମାଜ ପ୍ରତି ଶିକ୍ଷକର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ରାଜ୍ୟ ମିଡ଼ିଆ ପ୍ରମୁଖ ଶ୍ରୀଯୁକ୍ତ ଅଞ୍ଜନ କୁମାର ଜେନା ବୃତ୍ତ କଥନ କରିଥିଲେ । ବରିଷ୍ଠ ମିଡ଼ିଆ ପ୍ରତିନିଧି ତପନ କୁମାର ବିଶୋଇ ଯୋଗ ଦେଇ ମିଡିଆର ଗୁରୁତ୍ୱ ବଢ଼ାଇଥିଲେ । ପରିଷଦର ମହାମନ୍ତ୍ରୀ ଗୋପାଳ ଚନ୍ଦ୍ର ପାଢ଼ୀ ସଭା କାଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ ।

ପରିଷଦର ସମ୍ପାଦକ ପ୍ରମୋଦ ବାଜୁବନ୍ଧ ଅତିଥି ଓ କାର୍ଯ୍ୟକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଡ଼ ଅନ୍ତର୍ଯ୍ୟାମୀ ଦୀକ୍ଷିତ ଗୁଗୁଲ ମିଟକୁ ପରିଚାଳନାରେ ସାହାଯ୍ୟ କରିଥିଲେ । ବୈଠକ ଆରମ୍ଭରେ ସୁଶ୍ରୀ ଭାରତୀ ନାୟକ ମା’ ସରସ୍ବତୀ ବନ୍ଦନା ଓ ସର୍ବଶେଷରେ ଅଶୋକ କୁମାର ଦାସ ଶାନ୍ତି ପାଠ କରାଇଥିଲେ । ରାଜ୍ୟର ଅଧିକାଂଶ ଜିଲ୍ଲାରୁ ସଦସ୍ୟ ମନେ ଅଂଶ ଗ୍ରହଣ କରିଥିଲେ । ପରିଷଦର ପ୍ରାଥମିକ ସମବର୍ଗର ସମ୍ପାଦକ ଅନାଦି ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.