ETV Bharat / state

ସମ୍ପତ୍ତିବାଡିକୁ କେନ୍ଦ୍ର କରି ସାବତ ମା’କୁ ମାରିଦେଲା ପୁଅ - step mother murder by her son

ସମ୍ପତ୍ତି ବାଡିକୁ ନେଇ ସାବତ ମାଆ ସହ ଲାଗି ରହିଥିବା ବିବାଦ ଶେଷରେ ଚରମ ସୀମାରେ ପହଞ୍ଚିଛି । ଗାମୁଛାରେ ତଣ୍ଟି ଚିପି ମହିଳାଙ୍କ ହତ୍ୟା କଲା ସାବତ ପୁଅ । ଅଧିକ ପଢନ୍ତୁ...

ସମ୍ପତ୍ତିବାଡିରୁ ସାବତ ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ

author img

By

Published : Jul 20, 2020, 1:09 PM IST

Updated : Jul 20, 2020, 2:33 PM IST

ନବରଙ୍ଗପୁର: ସହରର ଗାଦବାଗୁଡା ସାହିରେ ଅଭାବନୀୟ ଘଟଣା । ସାବତ ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ । ଏନେଇ ବାପା ଶ୍ରୀଧର ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ରୁନୀ ମହାପାତ୍ର ।

ସମ୍ପତ୍ତିବାଡିକୁ କେନ୍ଦ୍ର କରି ସାବତ ମା’କୁ ମାରିଦେଲା ପୁଅ

ବାପା ଶ୍ରୀଧର ଘର ବାହାରେ ଥିବା ସମୟରେ ସାବତ ମାଆକୁ ଗାମୁଛା ଲଗାଇ ତଣ୍ଟି ଚିପି ହତ୍ୟା କରିଛି ସାନ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର । ଏହି ଖବର ଶ୍ରୀଧର ଜାଣିବା ପରେ ପୁଅ ଗୋଡ ଧରି କ୍ଷମା ମାଗିଥିଲା । ହେଲେ ସମ୍ପତ୍ତି ବାଡିକୁ ନେଇ ସାନ ପୁଅ ସୂର୍ଯ୍ୟକାନ୍ତ ସାବତ ମାଆକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀଧର । ଏହି ଘଟଣାକୁ ସେ ଯୋଜନାବଦ୍ଧ କହିବା ସହ ଅନ୍ୟ ପୁଅ ଝିଅ ମଧ୍ୟ ଏଥିରେ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ଶ୍ରୀଧର ।

ଶ୍ରୀଧରଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ଓ ଦୁଇ ଝିଅ ରହିଛନ୍ତି । ଦ୍ବିତୀୟ ପତ୍ନୀଙ୍କ କେବଳ ଗୋଟିଏ ପୁଅ । ତେବେ ପ୍ରଥମ ସ୍ତ୍ରୀଙ୍କ ପିଲାମାନେ ଶ୍ରୀଧରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ସହ କେବେ ମଧ୍ୟ ପଡୁନଥିଲା । ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଗତ 5 ମାସ ଧରି ଲାଗି ରହିଥିବା ଏହି ବିବାଦ ଶେଷରେ ଉଗ୍ର ରୂପ ନେଇଛି । ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୁଅକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Jul 20, 2020, 2:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.