ETV Bharat / state

ମଦ ପିଇ ହିତାହିତ ଜ୍ଞାନ ଭୁଲିଗଲା ପୁଅ, ମାଆକୁ କଲା ହତ୍ୟା

author img

By

Published : Mar 19, 2022, 10:50 PM IST

ପୁଅ ହାତରେ ଚାଲିଗଲା ମାଆର ଜୀବନ । ମଦ ପିଇ ମାଆକୁ ହତ୍ୟା କଲା ପୁଅ । ଅଧିକ ପଢନ୍ତୁ

ମଦ ପିଇ ହିତାହିତ୍ୟ ଜ୍ଞାନ ଭୁଲିଗଲା ପୁଅ, ମାଆକୁ କଲା ହତ୍ୟା

ନବରଙ୍ଗପୁର: ଜିଲ୍ଲାରେ ଅଭାବନୀୟ ଘଟଣା । ପୁଅ ହାତରେ ଚାଲିଗଲା ମାଆର ଜୀବନ । ନବରଙ୍ଗପୁରରେ ମଦ ପିଇ ମାଆକୁ, ପୁଅ ହତ୍ୟା କରିଥିବା ଭଳି ଘଟଣା ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଦାରୁବନ୍ଧ ସାହି ବନ୍ଧ ହୁଡ଼ାରେ ଘଟିଛି ଏହି ଅଘଟଣ । ପ୍ରାୟ ୭୦ବର୍ଷରୁ ଊର୍ଦ୍ଧ୍ବ ମାଆ ଜେମା ଅମନାତ୍ୟର ପୁଅ ନବୀନ ଅମନାତ୍ୟ ପ୍ରତ୍ୟେକ ଦିନ ମଦ୍ୟପାନ କରି ନିଜ ଶଯ୍ୟାଶାୟୀ ମାଆଙ୍କ ସହ ଝଗଡା ଲଗାଉଥିଲା । ହୋଲି ପରେ ଅତ୍ୟଧିକ ମଦ୍ୟପାନ କରି ସବୁ ଦିନ ଭଳି ଆଜି ମଧ୍ୟ ଗଣ୍ଡଗୋଳ ଲାଗିଥିଲା । ଏହି ସମୟରେ ହିତାହିତ ଜ୍ଞାନ ଭୁଲି ମାଆକୁ ହତ୍ୟା କରିଛି ନବୀନ ।

ପଡୋଶୀ ଜେମାଙ୍କୁ ଭେଟିବାକୁ ଆସିଥିବା ସମୟରେ ପୁଅ ମୃତଦେହ ପାଖରେ ବସିଥିବା ଦେଖିବାକୁ ପାଇଥିଲେ । ଏନେଇ ଘଟଣା ବାବଦରେ ନବରଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ନବୀନ ଅମନାତ୍ୟକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.