ETV Bharat / state

ଅସହାୟ ବୃଦ୍ଧଙ୍କ ଦେବଦୂତ ସାଜିଲେ ସମାଜସେବୀ ଯୁବକ - ନବରଙ୍ଗପୁର

ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡୀ ଜିଲ୍ଲା ଅଶୋକ ନଗରରୁ ଆସିଥିବା ଅରୁଣ ବିକାଜେ ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇଛନ୍ତି । ବୃଦ୍ଧଙ୍କୁ ନିଜ ପରିବାର ପାଖକୁ ଫେରାଇ ନେବାରେ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ ଯୁବକ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର
author img

By

Published : Jun 21, 2019, 8:47 AM IST

ନବରଙ୍ଗପୁର: ସ୍ବାର୍ଥପର ସମାଜରେ ଆଜି ବି ଜୀବିତ ଅଛି ମାନବିକତା । ଜଣେ ଅସହାୟ ବୃଦ୍ଧଙ୍କୁ ନିଜ ପରିବାର ପାଖକୁ ଫେରାଇ ନେବାରେ ସହାୟତାର ହାତ ବଢାଇଛନ୍ତି କିଛି ସମାଜସେବୀ ଯୁବକ । ଇନ୍ଦ୍ରାବତୀ ନବଜ୍ୟୋତି ସୋସିଆଲ ଫାଉଣ୍ଡେସନ ନାମକ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଏଭଳି ମାନବିକତା ଦେଖିବାକୁ ମିଳିଛି ନବରଙ୍ଗପୁରରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର

ସୂଚନା ଅନୁଯାୟୀ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡୀ ଜିଲ୍ଲା ଅଶୋକ ନଗରରୁ ଆସିଥିବା ଅରୁଣ ବିକାଜେ ନାମକ ଜଣେ ବୃଦ୍ଧଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇଛନ୍ତି । ବୃଦ୍ଧ ଜଣକ ଗତ କିଛିମାସ ତଳେ ନିଜ ସହଯୋଗୀଙ୍କ ସହ ନବରଙ୍ଗପୁର ଜିଲ୍ଲା ରାଇଘରରେ ବଢେଇ କାମ କରିବାକୁ ଆସିଥିଲେ।

ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସହଯୋଗୀ ଜଣକ ତାଙ୍କୁ ଏକା ଛାଡି ତେଲେଙ୍ଗାନା ଚାଲି ଯାଇଥିଲେ । ଆଉ ଏହାର କିଛିଦିନ ପରେ ବୃଦ୍ଧଙ୍କ ସଡ଼କ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ତାଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଥିଲା।
ଅନ୍ୟପଟେ ବୃଦ୍ଧଙ୍କ ଫୋନ ନମ୍ବର ଖାତାଟି ହଜି ଯାଇଥିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ ଆଉ ସମ୍ଭବ ହୋଇ ନପାରି ୬ ମାସ ହେବ ନବରଙ୍ଗପୁର ବସଷ୍ଟାଣ୍ଡ ଅଞ୍ଚଳରେ ଭିକ୍ଷାବୃତ୍ତି କରି ଆସୁଥିଲେ।

ମାତ୍ର ସାମାଜିକ ସଂଗଠନ କର୍ମକର୍ତ୍ତା ଏହି ଖବର ପାଇବା ପରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୧୫ ଦିନ ରଖି ଚିକିତ୍ସା କରିବା ପରେ ବୃଦ୍ଧଙ୍କୁ ନିଜ ଘରକୁ ପହଞ୍ଚାଇଛନ୍ତି।

ଯାହାକୁ ନେଇ ବୃଦ୍ଧଙ୍କ ପରିବାର ତଥା ନବରଙ୍ଗପୁରବାସୀ ଧନ୍ୟବାଦ ଜଣାଇଛନ୍ତି। ଆଗରୁ ମଧ୍ୟ ଏହି ସାମାଜିକ ସଙ୍ଗଠନ ପକ୍ଷରୁ ଅନେକ ଅସହାୟ ଲୋକଙ୍କୁ ନିଜ ପରିବାର ସହ ଭେଟାଇବାରେ ସଫଳ ହୋଇଛନ୍ତି।

ନବରଙ୍ଗପୁର ତପନ ବିଷୋୟୀ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.