ETV Bharat / state

ମନିପର୍ସ ଫେରାଇ ମାନବିକତାର ପରିଚୟ ଦେଲେ ସମାଜସେବୀ - uriya bhatra gives money purse of police

ଏବେ ବି ବଞ୍ଚିଛି ମାନବିକତା । ଜଣେ ଥାନା ଅଧିକାରୀଙ୍କ ହଜିଯାଇଥିବା ମନିପର୍ସକୁ ଫେରାଇଲେ ସମାଜସେବୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ମନିପର୍ସ ଫେରାଇ ମାନବିକତାର ପରିଚୟ ଦେଲେ ସମାଜସେବୀ
author img

By

Published : Nov 23, 2019, 4:43 AM IST

ନବରଙ୍ଗପୁର: ଏବେ ବି ବଞ୍ଚିଛି ମାନବିକତା । ନବରଙ୍ଗପୁର ସହରରେ ଥିବା ଏସ ଆର ପେଟ୍ରୋଲ ପମ୍ପ ପାଖରେ ପଡି ରହିଥିଲା ଗୋଟିଏ ମନିପର୍ସ । ଜିଲ୍ଲାର ପୋଡାଲଗୁଡା ଗ୍ରାମର ସମାଜସେବୀ ଉରିଓ ଭତ୍ରା ଏହି ମନିପର୍ସ ପାଇଥିଲେ । ପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ସେ ପର୍ସଟିକୁ ଫେରାଇବାର ବ୍ୟବସ୍ଥା କରିଥିଲେ ।

ମନିପର୍ସ ଫେରାଇ ମାନବିକତାର ପରିଚୟ ଦେଲେ ସମାଜସେବୀ

ମନିପର୍ସ ଭିତରେ ୧୮୦୦ ଟଙ୍କା ସହିତ ଭୋଟର କାର୍ଡ, ଏଟିଏମ କାର୍ଡ, ପାନ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପୋଲିସ ଆଇଡି କାର୍ଡ ଥିଲା । ପୋଲିସ ଆଇଡି କାର୍ଡରେ ଏକ ଫୋନ ନମ୍ବର ଲେଖାଥିଲା। ଉକ୍ତ ମୋବାଇଲ ନମ୍ବରରେ ଭତ୍ରା କଲ କରିବାରୁ ଜଣାପଡିଥିଲା ଯେ, ଏହି ମନିପର୍ସ ନବରଙ୍ଗପୁର ଆଦର୍ଶ ଥାନାର ଏସଆଇ ଦେବଦତ୍ତ ମଲ୍ଲିକଙ୍କର ବୋଲି । ପରେ ସମୟ ସୁବିଧା ନେଇ ସେହି ମନିପର୍ସ ସହିତ ସମସ୍ତ କାର୍ଡ ଆଣି ନବରଙ୍ଗପୁର ଥାନାରେ ଏସଆଇ ଦେବଦତ୍ତ ମଲ୍ଲିକଙ୍କୁ ଦେଇଛନ୍ତି ।

ସୂଚନା ଅନୁଯାୟୀ ଦେବଦତ୍ତ ମଲ୍ଲିକ ପାଟ୍ରୋଲିଂ କରୁଥିବା ସମୟରେ ମନିପର୍ସଟି ରାସ୍ତାରେ ପଡିଯାଇଥିଲା । ମନିପର୍ସ ପାଇ ଏସଆଇ ମଲ୍ଲିକ ଖୁସି ଅନୁଭବ କରିବା ସହିତ ଉରିଓ ଭତ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉରିଓ ଭତ୍ରାଙ୍କ ଏଭଳି ମାନବିକତା ଓ ହୃଦୟବାଦୀ କାର୍ଯ୍ୟକୁ ଲୋକମାନେ ଖୁବ ପ୍ରଶଂସା କରିଥିଲେ । ଅନ୍ୟପଟେ ଯଦି କିଏ ଏଭଳି ଅନ୍ୟର ଜିନିଷ ପାଇଲେ ସଠିକ ଠିକଣାରେ ଲୋକଙ୍କୁ ଫେରାଇ ଦେବାକୁ ସମାଜସେବୀ ଉରିଓ ଭତ୍ରା ଅନୁରୋଧ କରିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଏବେ ଵି ବଞ୍ଚିଛି ମାନବିକତା ।ମନୀପର୍ସ ଫେରାଇ ମାନବିକତା ର ପରିଚୟ ଦେଲେ ପଡ଼ାଲ ଗୁଡାର ୟୁରିୟ ଭତ୍ରା।
ଫର୍ମାଟ - ଏଭିଓ
ରିପୋର୍ଟ -ତପନ କୁମାର ବିଷୟି , ନବରଙ୍ଗପୁର
------------------------------------------------------------

ଆଙ୍କର -ଏବେ ଵି ବଞ୍ଚିଛି ମାନବିକତା। ନବରଙ୍ଗପୁର ସହରରେ ଥିବା ଏସ ଆର ପେଟ୍ରୋଲ ପମ୍ପ ପାଖରେ ଗୋଟିଏ ମନୀପର୍ଶ୍ୱ ମିଳିଥିଲା । ନବରଙ୍ଗପୁର ସହର ମଧ୍ୟରେ ଥିବା ପୋଡାଲଗୁଡା ଗ୍ରାମର ସମାଜସେବୀ ୟୁରିଓ ଭତ୍ରା ଏହି ମନୀପର୍ଶ୍ୱ ପାଇଥିଲେ । ଶ୍ରୀ ଭତ୍ରା ମନୀପର୍ଶ୍ୱ ମଧ୍ୟରେ କଣ କଣ ଅଛି ଦେଖିଥିଲେ । ମନୀପର୍ଶ୍ୱ ଭିତରେ ୧୮୦୦ ଟଙ୍କା ସହିତ ଭୋଟର କାର୍ଡ,ଏଟିମ କାର୍ଡ, ପାନ କାର୍ଡ,ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପୋଲିସ ID କାର୍ଡ ଦେଖିଥିଲେ ।ପୋଲିସ ID କାର୍ଡ ରେ ଏକ mobile number ଥିଲା।ଉକ୍ତ ମୋବାଇଲ ନମ୍ବର ରେ ଶ୍ରୀ ଭତ୍ରା କୋଲ କରିବାରୁ ଜଣାପଡିଥିଲା ଯେ ଏହି ମନୀପର୍ସ ନବରଙ୍ଗପୁର ଆଦର୍ଶ ଥାନା ( ଏସ ଆଇ) ଦେଵଦତ୍ତ ମଲ୍ଲିକ ର ବୋଲି।ପରେ ସମୟ ସୁବିଧା ନେଇ ସେହି ମନୀପର୍ଶ୍ୱ ସହିତ ସମସ୍ତ କାର୍ଡ ଆଣି ନବରଙ୍ଗପୁର ଥାନା ରେ SI ଦେଵଦୋତ ମଲ୍ଲିକଙ୍କୁ ଦେଇଛନ୍ତି । ସୂଚନା ଅନୁଯାୟୀ ଶ୍ରୀ ମଲ୍ଲିକ ପାଟ୍ରୋଲିଙ୍ଗ କରୁଥିବା ସମୟରେ ପରିସ୍ରା ଯାଇଥିଲେ ସେହି ସମୟରେ ମନୀପର୍ଶ୍ୱ ପୋଡି ଯାଇଥିବ ବୋଲି ପ୍ରକାଶ କରିଛନ୍ତି।ମନୀପର୍ଶ୍ୱ ପାଇ SI ମଲ୍ଲିକ ଖୁସି ଅନୁଭବ କରିବା ସହିତ( ଉରିଓ ଭତ୍ରା )ଙ୍କୁ ଧନ୍ୟବାଦ ଦେଇଛନ୍ତି।ୟୁରିୟ ଭତ୍ରାଙ୍କ ଏଭଳି ମାନବିକତା ଓ ହୃଦୟବାଦୀ କାର୍ଯ୍ୟକୁ ଲୋକମାନେ ଭୁୟସୀ ପ୍ରଶଂସା କରିବା ସହ ସାଧୁବାଦ ଦେଖେଇଥିବାରୁ ଧନ୍ୟବାଦ ଦେଇଛନ୍ତି।ଅନ୍ୟପଟେ ଯଦି କିଏ ଏଭଳି ଅନ୍ୟର ଜିନିଷ ପାଇଲେ ସଠିକ ଠିକଣାରେ ଲୋକଙ୍କୁ ଫେରାଇ ଦେବାକୁ ସମାଜ ସେବୀ ୟୁରିୟ ଭତ୍ରା ଅନୁରୋଧ କରିଛନ୍ତି। Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.