ETV Bharat / state

ସାପର ସାଥି ସୁବାସ; ଖୋଜେନି ପାଉଣା, ବଞ୍ଚାଏ ଜୀବନ - ସାପ

ସାପ..ନା ଶୁଣିଲେ । କିଏ ବା ନ ଡରେ । ଛୋଟ ହେଉ କି ବଡ, ବୁଢା ହେଉବା ଯୁଆନ । ସାପକୁ ଦେଖିଲେ ସମସ୍ତେ ଥରହର । କିନ୍ତୁ ଆମେ ଏମିତି ଏକ ବ୍ୟକ୍ତିଙ୍କ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ । ଯିଏ ସାପ ଦେଖିବା ମାତ୍ରେ, କୌତୁହଳର ସହ ଧାଇଁ ଯାଆନ୍ତି ଧରିବାକୁ । ଫୋନ କଲ ପାଇବା ମାତ୍ରକେ ହିଁ ହାଜର ହୋଇଯାଆନ୍ତି । ଅଧିକ ପଢନ୍ତୁ..

ସାପର ସାଥି ସୁବାସ
ସାପର ସାଥି ସୁବାସ
author img

By

Published : Sep 8, 2020, 4:26 PM IST

ନବରଙ୍ଗପୁର: ସାପ.. ନା ଶୁଣିଲେ । କିଏ ବା ନ ଡରେ । ଛୋଟ ହେଉ କି ବଡ, ବୁଢା ହେଉବା ଯୁଆନ । ସାପକୁ ଦେଖିଲେ ସମସ୍ତେ ଥରହର । କିନ୍ତୁ ଆମେ ଏମିତି ଏକ ବ୍ୟକ୍ତିଙ୍କ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ, ଯିଏ ସାପ ଦେଖିବା ମାତ୍ରେ, କୌତୁହଳର ସହ ଧାଇଁ ଯାଆନ୍ତି ଧରିବାକୁ । ଫୋନ କଲ ପାଇବା ମାତ୍ରକେ ହିଁ ହାଜର ହୋଇଯାଆନ୍ତି । ଆଉ ବିନା ପ୍ରଶିକ୍ଷଣରେ ମଧ୍ୟ ଅତି ସହଜରେ ସାପକୁ କାବୁ କରିନିଅନ୍ତି । ଦୀର୍ଘ 20 ବର୍ଷ ଧରି ସାପ ଧରିବା କାର୍ଯ୍ୟ ଜାରି ରଖିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନବରଙ୍ଗପୁରର ସ୍ନେକମ୍ୟାନ ସୁବାସ ସାମନ୍ତରାୟ ।

ସାପର ସାଥି ସୁବାସ

ସାପ ଧରି ସାଧାରଣ ଜନତାଙ୍କୁ ଜୀବନ ରକ୍ଷା କରିବା ହିଁ ପାଲଟିଛି ସୁବାଷଙ୍କ ଜୀବନର ବ୍ରତ । ପିଲାଟି ଦିନରୁ ମା ଠାରୁ ସାପ ଧରିବା ଶିକ୍ଷା ଲାଭ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 10 ହଜାର ସାପ ଧରି ଛାଡି ଥିବା କୁହନ୍ତି ସୁବାସ । କେବଳ ନବରଙ୍ଗପୁର ସହର ନୁହେଁ ଜିଲ୍ଲାର ଯେକୌଣସି ସ୍ଥାନକୁ ଡାକିଲେ ସାପ ଧରିବାକୁ ସେ ଧାଇଁ ଯାଆନ୍ତି । ସାପ ଧରିବା ପରେ କାହାକୁ କିଛି ମାଗି ନଥାନ୍ତି । ଯିଏ ଯାହା ଖୁସିରେ ଦେଲା ସେଥିରେ ସେ ଖୁସ ହୋଇ ଫେରି ଆସନ୍ତି ।

ତେବେ ଏତେ ସଂଖ୍ୟକ ସାପ ଧରି ଲୋକଙ୍କ ଜୀବନ ରକ୍ଷା କରିଥିବା ସୁବାସଙ୍କୁ କିନ୍ତୁ କେବେ ବି ସରକାରୀ ସହାୟତା ମିଳିନାହିଁ ବୋଲି କ୍ଷୋଭର ସହ ସେ ପ୍ରକାଶ କରିଛନ୍ତି । ସେପଟେ ନିଜେ ସାପ ଧରିବା ସଙ୍ଗେ ସଙ୍ଗେ ଆଉ 10 ଜଣକୁ ମଧ୍ୟ ସାପ ଧରିବାର ତାଲିମ ଦେଉଛନ୍ତି । ଅନ୍ୟପଟେ ଦୀର୍ଘ ଦିନ ଧରି ସୁବାସଙ୍କ ଏହି ସେବା ଭାବକୁ ବେଶ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ସୁବାଷ ସାପ ଚୋଟରେ 3 ରୁ 4 ଥର ଗୁରୁତର ମଧ୍ୟ ହୋଇଛନ୍ତି । ତଥାପି ସାପ ଧରିବା ହିଁ ତାଙ୍କର ଏକମାତ୍ର ନିଶା ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.