ETV Bharat / state

ଚାରି କାନ୍ଥରୁ ବାହାରି ସିଙ୍ଗାପୁର ଯିବେ ମହିଳା

author img

By

Published : Jun 1, 2023, 10:08 AM IST

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନି ପଞ୍ଚାୟତର ରୁକ୍ମିଣୀ ହରିଜନ ଯିବେ ସିଙ୍ଗାପୁର । ଅଧୁିକ ପଢନ୍ତୁ

SHG women to go singpur
SHG women to go singpur
SHG women to go singpur

ନବରଙ୍ଗପୁର: ଉପାନ୍ତ ଜିଲ୍ଲାରୁ ସିଙ୍ଗାପୁର ଯିବେ ମିଶନ ଶକ୍ତି ମହିଳା । ଘରର ଚାରି କାନ୍ଥ ଭିତରୁ ବାହାରି ଏବେ ବିଦେଶ ଯିବା ପାଇଁ ସୁଯୋଗ ଦେଇଛି SHG l ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗଠନ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ l ଆଉ ସେହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ 2016 ମସିହାରେ ସାମିଲ ହୋଇଥିଲେ ରୁକ୍ମିଣୀ ହରିଜନ । ରୁକ୍ମିଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭାମିନି ପଞ୍ଚାୟତର ବୈପାରୀଭଟା ଗ୍ରାମରେ 2016ରେ ଗଠନ କରିଥିଲେ ମା ସରସ୍ବତୀ SHG ।

ଗ୍ରୁପରେ ସମୁଦାୟ 12 ଜଣ ସଦସ୍ୟ ରହିଥିବା ବେଳେ ସେଥି ମଧ୍ୟରେ 11 ଜଣ ST ଓ ରୁକ୍ମିଣୀ ଜଣେ ମାତ୍ର sc ସଦସ୍ୟ ଅଛନ୍ତି l ଗ୍ରୁପ ଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ପ୍ରଥମେ କୁକୁଡ଼ା ପାଳନ କରିବା ସହ ପରେ ଗାଈ ପାଳନ କରିଥିଲେ l ଏହା ସହିତ 15ଟି ୱାର୍ଡକୁ ଟିକା ଯୋଗାଣ ମଧ୍ୟ କରନ୍ତି । ଏହି SHG ଗ୍ରୁପ ବର୍ଷକୁ 5-6 ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରୁଥିବା କଥା କହିଛନ୍ତି ରୁକ୍ମିଣୀ l ତେବେ ଆସନ୍ତା ଜୁନ୍‌ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଉଦଘାଟନ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଦଳର 11 ଜଣ ମହିଳା ମାନଙ୍କୁ ସିଙ୍ଗାପୁର ନେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ସିଙ୍ଗାପୁର ଯାଇ ସେଠାକାର କାର୍ଯ୍ୟଶୈଳୀ ଉପରେ କିଛି ଶିକ୍ଷା ପାଇ ନିଜ ଅଞ୍ଚଳରେ ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉତ୍ସାହିତ କରିଛନ୍ତି ରାଜ୍ୟ ସରକାର l ରୁକ୍ମିଣୀ ବର୍ତ୍ତମାନ ଜିଲ୍ଲା shg ସଙ୍ଘର ସଂପାଦିକା ରହିଥିବା ବେଳେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସିଙ୍ଗାପୁର ଗସ୍ତ କରିବାକୁ ସରକାରଙ୍କ ଦ୍ୱାରା ଚୟନ ହୋଇଛନ୍ତି l ଆସନ୍ତା 2 ତାରିଖ ଦିନ ଏହି ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେବା ସହ 3 ତାରିଖ ଦିନ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l ନବରଙ୍ଗପୁର ଭଳି ଆଦିବାସୀ ଉପାନ୍ତ ଜିଲ୍ଲାର ମହିଳା ସିଙ୍ଗାପୁର ଗସ୍ତ କରୁଥିବାରୁ ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି ଜିଲ୍ଲାପାଳ । ଏହା ସହିତ ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତିକରଣ କରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ଏହା ହେଉଛି ତାହାର ଏକ ଉଦାହରଣ l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.