ETV Bharat / state

ଝରିଗାଁ ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ, ଗିରଫ ଦାବିରେ ଗର୍ଜିଲା କଂଗ୍ରେସ

author img

By

Published : May 5, 2022, 8:56 AM IST

Updated : May 5, 2022, 9:46 AM IST

ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ । ବିଧାୟକଙ୍କ ଗିରଫ ଦାବିରେ ଗର୍ଜିଲେ କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ

ଝରିଆ ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ, ଗିରଫ ଦାବିରେ ଗର୍ଜିଲା କଂଗ୍ରେସ

ନବରଙ୍ଗପୁର: ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ । ବିଧାୟକଙ୍କ ନାଁରେ ଜଣେ ମହିଳା ଖଣ୍ଡଗିରି ଥାନାରେ ଯୌନ ଶୋଷଣ ଅଭିଯୋଗ କରିଛନ୍ତି(sexual abuse allegation against Jharigaon MLA) । ବିଧାୟକ ନିଜକୁ ଅବିବାହିତ ଦର୍ଶାଇ ତାଙ୍କ ସହ ଶାରୀରିକ ସମ୍ପର୍କର ରଖିଥିବାର ସେ ଅଭିଯୋଗ ଆଣିଛନ୍ତି । ଏହା ଜଣାପଡିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମଙ୍ଗଳବାର ନବରଙ୍ଗପୁର ଓ ଉମରକୋଟ ଠାରେ କଂଗ୍ରେସ ଓ ବିଜେପି ବିଧାୟକ ପ୍ରକାଶଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ଝରିଗାଁ ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ, ଗିରଫ ଦାବିରେ ଗର୍ଜିଲା କଂଗ୍ରେସ

ବୁଧବାର ମଧ୍ୟ ବିଧାୟକଙ୍କ ନିଜସ୍ବ ନିର୍ବାଚନ ମଣ୍ଡଳୀ ଝରିଗାଁ ଓ ଗ୍ରାମ ଚନ୍ଦାହାଣ୍ଡି ଠାରେ ତାଙ୍କୁ ଗିରଫ ଓ ବିଜେଡି ଦଳରୁ ବହିଷ୍କାର ଦାବିରେ କଂଗ୍ରେସ ଓ ବିଜେପି କୁଶ ପୁତ୍ତଳିକା ଦାହ କରିଛି । ଏପରିକି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶୋଭାଯାତ୍ରାରେ ବାହାରି ଝରିଗାଁ ମୁଖ୍ୟ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଝରିଗାଁ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ବିକ୍ଷୋଭକାରୀ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନାରେ ଅସନ୍ତୁଷ୍ଟ ହୋଇ ଥାନା ଭିତରେ କଂଗ୍ରେସ କର୍ମୀମାନେ ଧସେଇ ପଶି ସେଠାରେ ୨ ଘଣ୍ଟା ଧାରଣା ଦେଇଥିଲେ।

ପୋଲିସ ମହିଳାଙ୍କ ଏତଲା ଗ୍ରହଣ କରୁନଥିବା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଯେତେବେଳେ ପର୍ଯ୍ୟନ୍ତ ମହିଳାଙ୍କ ଏତଲା ଗ୍ରହଣ କରାଯାଇ ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଏହିପରି ପ୍ରତିବାଦ ଚାଲିଥିବ ବୋଲି କହିଛନ୍ତି ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 5, 2022, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.