ETV Bharat / state

ଗାଁକୁ ଆସିପାରିଲେନି ମେଡିକାଲ ଟିମ୍, ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ - ନବରଙ୍ଗପୁର ଖବର

ଝାଡବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗାଁରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ । ଧନ୍ୟବାଦ ଜଣାଇଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଗାଁକୁ ଆସିପାରିଲେନି ମେଡିକାଲ ଟିମ୍, ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ

author img

By

Published : Aug 10, 2022, 8:41 AM IST

Updated : Aug 10, 2022, 2:28 PM IST

ନବରଙ୍ଗପୁର: ଲଗାଣ ବର୍ଷାରେ ନାଳରେ ପାଣି ଭର୍ତ୍ତି ହୋଇଗଲା । ଯେଉଁ କାରଣରୁ ଝାଡାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗାଁକୁ ଆସିପାରିଲେନି ମେଡିକାଲ ଟିମ୍ । ଏହି ଖବର ଜାଣିବା ପରେ ସ୍ଥାନୀୟ ସରପଞ୍ଚ ତୁରନ୍ତ ନିଜ କର୍ମକର୍ତ୍ତାଙ୍କ ସହ ମିଶି ଅସ୍ଥାୟୀ ପୋଲଟିଏ ତିଆରି କରିଦେଲେ । ଯାହାପରେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ପୁଣି ରୋଗୀଙ୍କ ଚିକିତ୍ସା କରିପାରୁଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ତୁଳସୀପଦର ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ବଜ ମାଝୀ ରୋଗୀ ଚିକିତ୍ସା ପାଇଁ ନିଜସ୍ବ ଉଦ୍ୟମରେ ପୋଲ ନିର୍ମାଣ କରିବା କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

ଗାଁକୁ ଆସିପାରିଲେନି ମେଡିକାଲ ଟିମ୍, ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ

ସୂଚନାଯୋଗ୍ୟ, ତୁଳସୀପଦର ଗାଁରେ ଗତ କିଛି ଦିନ ହେବ ଝାଡାବାନ୍ତି ଲାଗି ରହିଛି । ମେଡିକାଲ ଟିମ ଦ୍ବାରା ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଚିକିତ୍ସା ଜାରି ରହିଛି । କିନ୍ତୁ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଗାଁରେ ଥିବା ନାଳରେ ପାଣି ଭର୍ତ୍ତି ହୋଇଯାଇଥିଲା । ଯାହାଫଳରେ ମେଡିକାଲ୍ ଟିମ୍ ଆଉ ଗାଁରେ ପହଞ୍ଚି ପାରିନଥିଲେ । ନାଳ ଏପଟେ ଡାକ୍ତରୀ ଦଳ ରହିଥିଲେ ଓ ଆରପଟକୁ ରୋଗୀଙ୍କ ନିକଟକୁ ପଲିଥିନିରେ ଔଷଧ ଫିଙ୍ଗିଥିଲେ । ସ୍ବାସ୍ଥ୍ୟ ବିଭାଗର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସରପଞ୍ଚ ଚନ୍ଦ୍ରଧ୍ବଜ ମାଝୀ ଏହି ସମସ୍ୟା ସମ୍ପର୍କରେ ଜାଣି ଗାଁରେ ତୁରନ୍ତ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ଏହାପରେ ମେଡିକାଲ ଟିମ୍ ତୁଳସୀପଦର ଗ୍ରାମରେ ପହଞ୍ଚି ଝାଡବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସରପଞ୍ଚଙ୍କ ଏପରି କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 10, 2022, 2:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.