ETV Bharat / state

Congress Sankalp Samabesh: BJPର D ଟିମ୍ ହେଲା BJD, ସରକାର ଚଲାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ କହିଲେ କହ୍ନେୟା - Kanhaiya Kumar targets Centre and Odisha govt

ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି (Hundred years of Odisha congress) ପାଳନ ହୋଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶ ଆୟୋଜନ କରାଯାଇଛି। ନବରଙ୍ଗପୁର ସହର ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନି ଅତିଥି ଭାବେ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

Hundred years of Odisha congress: ନବରଙ୍ଗପୁରରେ କଂଗ୍ରେସର ସଂକଳ୍ପ ସମାବେଶ, ଯୋଗଦେଲେ କହ୍ନେୟା ଓ ଜିଗ୍ନେଶ

author img

By

Published : Dec 27, 2021, 4:25 PM IST

ନବରଙ୍ଗପୁର: ଜିଲ୍ଲାରେ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି (Hundred years of Odisha congress) ପାଳନ ହୋଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ (Nabarangpur District Congress) ପକ୍ଷରୁ ସଂକଳ୍ପ ସମାବେଶ ଆୟୋଜନ କରାଯାଇଛି । ନବରଙ୍ଗପୁର ସହର ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା କହ୍ନେୟା କୁମାର (Congress Leader Kanhaiya Kumar) ଓ ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନି (Jignesh Mewani) ଅତିଥି ଭାବେ ଯୋଗଦେଇଛନ୍ତି ।

Hundred years of Odisha congress: ନବରଙ୍ଗପୁରରେ କଂଗ୍ରେସର ସଂକଳ୍ପ ସମାବେଶ, ଯୋଗଦେଲେ କହ୍ନେୟା ଓ ଜିଗ୍ନେଶ

1921, 27 ଡିସେମ୍ବର ଆଜିର ଦିନରେ ଭାରତୀୟ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନ ବସିଥିଲା । କାର୍ଯ୍ୟକ୍ରମରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ଭାରତର ପୁନଃନିର୍ମାଣରେ କଂଗ୍ରେସର ଭୂମିକା ସମ୍ପର୍କରେ ବକ୍ତା ମାନେ ବର୍ଣ୍ଣନା କରିଥିଲେ । ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ବିଜେପି ଉଭୟ ସରକାର ଗରିବ , ଚାଷୀଙ୍କୁ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ରାଜ୍ୟରେ ବିଜେଡିର ୨୫ ବର୍ଷ ଧରି ଶାସନ ଅମଳରେ ଗରିବ ଲୋକଙ୍କୁ ଶୋଷଣର ଶିକାର ହେବା ସହିତ ମହିଳା ମାନେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ବେଳେ ବିଜେଡି ସରକାର ତାଙ୍କୁ ଶରଣ ଦେଇଥିବା ନେତା ମାନେ କହିଛନ୍ତି । ଏହାସହିତ ବିଜେଡି, ବିଜେପିର ଡି ଟିମ୍ ବୋଲି କହିଛନ୍ତି କହ୍ନେୟା । ସେହିପରି ସରକାର ଚଲାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ କହି ସିଧା ନିଶାନା ମାରିଛନ୍ତି କହ୍ନେୟା ।

ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ନକଲି ଆଦିବାସୀ ବୋଲି ସମ୍ବୋଧନ କରିଥିଲେ । ପ୍ରଦୀପ ମାଝୀ ଆଦିବାସୀ ଲୋକଙ୍କୁ ଶୋଷଣ କରିବା ସହିତ ସେମାନଙ୍କ ଭାବନାକୁ ଧକ୍କା ଦେଇ ବିଜେଡି ଦଳରେ ବିକ୍ରି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜେ ନିଜର କାମ ଠିକ ଭାବରେ କାମ କରିପାରୁନଥିବା ବେଳେ ତାଙ୍କ ପ୍ରାଇଭେଟ ସେକ୍ରେଟେରୀ ପାଣ୍ଡିଆନ ରାଜ୍ୟ ଶାସନ ଚଳାଉଥିବା ଅଭିଯୋଗ କରିଛନ୍ତି ନେତା ମାନେ । ସେଭଳି କେନ୍ଦ୍ରରେ ବିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ଲାଭ କରିବା କରିବା ପରେ ନିଜ ପ୍ରତିଶ୍ରୁତି ଭୁଲି ଯାଇ କୌଣସି ନୂତନ ନିଜସ୍ବ ଯୋଜନା ନ କରି କଂଗ୍ରେସ ଅମଳର ଯୋଜନା ଗୁଡିକର ନାମ ପରିବର୍ତ୍ତନ କରିଥିବା କହିଛନ୍ତି । ଏହି ଅବସରରେ ଅନେକ ନେତା ଓ ସଂଗଠନର ସଦସ୍ୟ ମାନେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ଉଭୟ ବିଜେଡି ଓ ବିଜେପି ମିଳିତ ହେବାସହ ଲୋକଙ୍କୁ ଶୋଷଣ କରୁଥିବା ନେତା ମାନେ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ରାଜ୍ୟରେ ଗରିବ, ଦଳିତ ପ୍ରତ୍ୟେକ କ୍ଷେତ୍ରରେ ଶୋଷଣର ଶିକାର ହେଉଥିବା ବେଳେ ସେମାନଙ୍କ ସମସ୍ୟା ରାଜ୍ୟ ବିଜେଡି ସରକାର ସେମାନଙ୍କ ସ୍ବର ଉଠାଉନଥିବା ଅଭିଯୋଗ କରିଛନ୍ତି । ବିଜେଡି ଶାସନ ଅମଳରେ ଚାଷୀ ଶୋଷଣର ଶିକାର ହେଉଥିବା କହିଛନ୍ତି କଂଗ୍ରେସ ନେତା ।

ସଂକଳ୍ପ ସମାବେଶରେ କହ୍ନେୟା କୁମାର କହିଥିଲେ, ଓଡିଶା ବଙ୍ଗଳା, ବିହାରର ଅଂଶ ଥିଲା । ରାଜ୍ୟ ବାହାର ନେତାଙ୍କ ମୁହଁରେ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମୋହନ ଦାଶଙ୍କୁ ମହାତ୍ମା ଗାନ୍ଧୀ କରିଛି କଂଗ୍ରେସ । ଦେଶକୁ ବିକ୍ରି କରିବାରେ ଲାଗିଛନ୍ତି ବର୍ତ୍ତମାନର ସରକାର । ଯାହାର ପରିବାର ନାହିଁ ସେ କେବଳ ଡକାୟତ ନୁହଁ ପ୍ରଚାର ପାଇଁ ୫୦୦୦ ହଜାର କୋଟି ଖର୍ଚ୍ଚ ହୋଇଛି । ସତ୍ୟ କହୁଥିବା ଲୋକଙ୍କୁ ମିଥ୍ୟା ମାମଲାରେ ଫସା ଯାଉଛି । ବର୍ତ୍ତମାନ ସରକାର ଆମକୁ ପରାଧୀନ କରିଛି ସେଥିରୁ ମୁକ୍ତି କରିବାକୁ ଆହ୍ବାନ ଲୋକତନ୍ତ୍ର ପାଇଁ ଲୋକାଲ ନିର୍ବାଚନ ଜରୁରୀ ଏହାସଦ କଂଗ୍ରେସକୁ ତୃଣମୂଳ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁ ନିର୍ବାଚନରେ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମନ୍ତ୍ରୀ କାୱାସି ଲଖମା, , ସିଡବ୍ଲୁସି ସଦସ୍ୟ ଭକ୍ତ ଦାଶ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.