ETV Bharat / state

ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗର ଚଢାଉ

ନବରଙ୍ଗପୁର ଜିଲ୍ଲାର ବାଣିଜ୍ୟିକ ପ୍ରାଣକେନ୍ଦ୍ର ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗ ତରଫରୁ ରେଡ୍ ଚାଲିଛି । ଅଧିକ ପଢନ୍ତୁ

ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗର ଚଢାଉ
ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗର ଚଢାଉ
author img

By

Published : Jun 27, 2022, 10:31 PM IST

ନବରଙ୍ଗପୁର: ଜିଲ୍ଲାର ବାଣିଜ୍ୟିକ ପ୍ରାଣକେନ୍ଦ୍ର ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗ ତରଫରୁ ରେଡ୍ ଚାଲିଛି । ସହରର ବାଲାଜୀ ଆଲୁମିନିୟମ ନାମକ ଏକ ବାସନ ଦୋକାନ, ଧୋଡ୍ରା ଗ୍ରାମରେ ତାଙ୍କ ଫ୍ୟାକ୍ଟ୍ରି ଓ ବାସଭବନରେ ରେଡ୍ ଚାଲିଛି । ସେହିପରି ଶିଳ୍ପା ଜୁଏଲାରୀରେ ଏବଂ ତାଙ୍କ ବାସଭବନରେ ବି ରେଡ୍ ଚାଲିଛି । ଏଥିସହ ସ୍ଥାନୀୟ ଶଙ୍କରଡା ଗ୍ରାମର ପ୍ରସନ୍ନ ଡ୍ରେଡର୍ ନାମକ ଏକ ହାର୍ଡୱେର ଦୋକାନରେ ବି ବିକ୍ରି କର ବିଭାଗ ତରଫରୁ ରେଡ୍ ଚାଲିଛି ।

ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର ଓ GST ବିଭାଗର ଚଢାଉ

ଏହି ଚଢାଉରେ ଭବାନୀପାଟଣାର ଡେପୁଟି କମିଶନର (ବିକ୍ରି କର ଓ GSTର ଏନଫର୍ସମେଣ୍ଟ) ସମୀର କୁମାର ମାଝୀଙ୍କ ନେତୃତ୍ବରେ ୪ ଟି ଟିମରେ ୧୬ ଜଣ ଅଫିସରଙ୍କ ସହ ଅନ୍ୟ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଭାଗ ନେଇଛନ୍ତି । ବର୍ତ୍ତମାନ ରେଡ୍ ଚାଲିଥିବାରୁ କେଉଁ ବ୍ୟବସାୟୀ କେତେ ପରିମାଣର GST ଠକେଇ କରିଛନ୍ତି ତା’ର ଆକଳନ ଚାଲିଛି । ରେଡ୍ ସରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଡେପୁଟି କମିଶନର ସମୀର କୁମାର ମାଝୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.