ETV Bharat / state

ନବରଙ୍ଗପୁର ରକ୍ତତୀର୍ଥରେ ଶହୀଦ ସ୍ମୃତି ଦିବସ

author img

By

Published : Aug 24, 2019, 10:34 PM IST

ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ରକ୍ତତୀର୍ଥ ଭାବରେ ପରିଚିତ ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରକ୍ତତୀର୍ଥ ଭାବରେ ପରିଚିତ ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା । ଏହାପରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହାସହ ଶହୀଦଙ୍କ ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ଏସପି ନିତିନ କୁଶଲକର ଯୋଗ ଦେଇଥିଲେ ।

ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦ ମଶାଲକୁ ଏକ ବିରାଟ ପଟୁଆରରେ ଶହୀଦପୀଠକୁ ଅଣାଯାଇ ସ୍ଥାପନ କରାଯାଇଥିଲା । ଏହା ସହ ଟୁରି ନଦୀକୂଳରେ ଥିବା ଶହୀଦ ସ୍ତମ୍ଭ ନିକଟରେ ଅତିଥିମାନେ ତିଳତର୍ପଣ କରିଥିଲେ ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଶହୀଦମାନଙ୍କ ଦାୟାଦ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଶହୀଦଙ୍କ ସ୍ମୃତି ସଭାରେ ଅତିଥିମାନେ ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ଶହୀଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ସହିଦ ସ୍ମୃତି ସଂଘ ତରଫରୁ ଏହି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା । ସଭାରେ ଅତିଥି ଭାବେ ଆସିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଇ ରାଜ୍ୟସ୍ତରରେ ମଧ୍ୟ ପାଳନ କରିବାକୁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, 1942 ମସିହାର ଆଜିର ଦିନରେ ଇଂରେଜ ମାନେ 19 ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଟୁରି ନଦୀ କୂଳରେ ଗୁଳିକରି ହତ୍ୟା କରିଥିଲେ । ଇଂରେଜ ମାନଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ ସଂଗ୍ରାମୀମାନଙ୍କୁ ପ୍ରାଣବଳୀ ଦେବାକୁ ପଡିଥିଲା । ସେହି ବୀରମାନଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ପାପଡାହାଣ୍ଡି ସହିଦ ସ୍ମୃତି ଦିବସ ପାଳନ
ଫର୍ମାଟ - ଏଭିବିବି, ୨୪/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର - ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନବରଙ୍ଗପୁର ରକ୍ତତୀର୍ଥ ପାପଡାହାଣ୍ଡି ଠାରେ ପାଳିତ ହୋଇଯାଇଛି ସହିଦ ସ୍ମୃତି ଦିବସ । ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଇଂରେଜ ମାନଙ୍କ ଦ୍ୱାରା ଆତର୍କିତ ଗୁଳିକାଣ୍ଡ ର ଶିକାର ହୋଇ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ପାପଡାହାଣ୍ଡି ସ୍ଥିତ ଟୁରି ନଦୀକୂଳ ରେ ପ୍ରାଣ ହରାଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେହି ସହିଦ ମାନଙ୍କ ସ୍ମୃତି ଉଦେଶ୍ୟରେ ପାପଡାହାଣ୍ଡି ସ୍ଥିତ ସହିଦ ସ୍ମୃତି ସ୍ତମ୍ଭ ପୀଠ ଠାରେ ଏହା ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସହିଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିବା ପରେ ରାଜ୍ୟ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା , ମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁଶଲକର ତଥା ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ବିରାଟ ପଟୁଆରରେ ମଶାଲ କୁ ସହିଦ ପୀଠକୁ ଅଣାଯାଇ ପୀଠ ନିକଟରେ ସ୍ଥାପନା କରାଯାଇଥିଲା । ଅତିଥି ମାନେ ସହିଦ ସ୍ତମ୍ଭ ନିକଟରେ ଥିବା ଟୁରି ନଦୀକୂଳ ରେ ସହିଦ ମାନଙ୍କ ଉଧ୍ୟେସ୍ୟ ରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଙ୍କ ମୂର୍ତ୍ତି ମାନଙ୍କ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ ମାନଙ୍କ ଦାୟାଦ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସହିଦଙ୍କ ସ୍ମୃତି ସଭାରେ ଅତିଥିମାନେ ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ସହିଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମ କୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ସହିଦ ସ୍ମୃତି ସଂଘ ତରଫରୁ ଏହି କାର୍ଯ୍ୟକ୍ରମ କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା ।ସଭାରେ ଅତିଥି ଭାବେ ଆସିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଇ ରାଜ୍ୟସ୍ତରରେ ମଧ୍ୟ ପାଳନ କରିବା କୁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ ।

ବାଇଟ -୧- ମୁନ୍ନା ତ୍ରିପାଠୀ (ଜିଲ୍ଲା ସହିଦ ସ୍ମୃତି ସଂଘ ସଭାପତି)
ବାଇଟ-୨- ରମେଶ ଚନ୍ଦ୍ର ମାଝୀ--ସାଂସଦ ନବରଙ୍ଗପୁର
ବାଇଟ -୩-ଜଗନ୍ନାଥ ସାରକା (ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.