ETV Bharat / state

ଗାଁକୁ ନାହିଁ ପକ୍କା ରାସ୍ତା, ଚାଲି ଚାଲି ଯାଇ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ - ବେସରାଝରଣ ଗାଁକୁ ନାହିଁ ରାସ୍ତା

ନବରଙ୍ଗପୁର ଜିଲ୍ଲା ବେସରାଝରଣ ଗାଁକୁ ନାହିଁ ରାସ୍ତା । ରାସ୍ତା ନଥିବାରୁ ଚାଲି ଚାଲି ଯାଇ ସେବା ଯୋଗାଇଲେ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ

road problem
road problem
author img

By ETV Bharat Odisha Team

Published : Oct 10, 2023, 11:26 AM IST

ନବରଙ୍ଗପୁର: ଗାଁକୁ ପକ୍କା ରାସ୍ତା ନଥିବାରୁ ଚାଲି ଚାଲି ଯାଇ ସେବା ଯୋଗାଇଲେ ସ୍ବାସ୍ଥ୍ୟକର୍ମୀ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ମାଳ ମାଳ ଯୋଜନା । ତଥାପି ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡେ ଭଲ ରାସ୍ତା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେସରାଝରଣ ଗାଁରେ ପ୍ରାୟ ୪୦ ବର୍ଷ ହେଲା ୧୩ଟି ସାନ୍ତା ପରିବାର ବସବାସ କରୁଛନ୍ତି । ହେଲେ ଏହି ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ଏନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଇନ୍ଦ୍ର ଧନୁସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାସ୍ତା ନ ଥିବାରୁ ଚାଲି ଚାଲି ଯାଇ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ସ୍ବାସ୍ଥ୍ୟକର୍ମୀ ।

ସୂଚନା ମୁତାବକ, ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ରୋଜାଲିନ ଦାସ, ଅଙ୍ଗନବାଡ଼ି କର୍ମୀ ପୂର୍ଣ୍ଣିମା ସନ୍ତା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବେସରାଝରଣ ଗ୍ରାମ ଯାଇଥିଲେ । ହେଲେ ରାସ୍ତା ନଥିବା ଯୋଗୁଁ ପ୍ରାୟ ଏକ କିଲୋମିଟର ଔଷଧ ଓ ଟୀକାକରଣ ବକ୍ସ ବୋହି ବେସରାଝରଣ ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଗ୍ରାମରେ ଥିବା ଦୁଇ ଜଣ ଗର୍ଭବତୀ ଏବଂ ଦୁଇ ଜଣ ଛୋଟ ଛୋଟ ଶିଶୁମାନଙ୍କୁ ଟୀକାକରଣ କରିଥିଲେ । ସେହିପରି ଗ୍ରାମର ଥଣ୍ଡା ଓ କାଶରେ ପୀଡ଼ିତ ୧୦ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ । ଏହା ମଧ୍ୟ ପଢନ୍ତୁ- ମୌଳିକ ସବୁଧାରୁ ବଞ୍ଚିତ ଅବଦୁଲାପୁର ଗ୍ରାମବାସୀ, ଗାଁକୁ ନାହିଁ ପକ୍କା ରାସ୍ତା

ତେବେ ଏଠାରେ ୧୩ଟି ସାନ୍ତା ପରିବାର ବାସ କରୁଥିବା ବେଳେ ଚାଷ କରି ସମସ୍ତେ ପରିବାର ପ୍ରତିପୋଷଣ କରନ୍ତି । ଏହି ଗ୍ରାମକୁ ଯିବା ପାଇଁ ହେଲେ ବରାଗୁଡା ଗ୍ରାମ ଦେଇ ଯିବା ପାଇଁ ପଡେ । ବରାଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂର ପକ୍କା ରାସ୍ତା ଦେଇ ଯିବା ପରେ ମକା ଜମି ହିଡ ଏବଂ ନାଳ ପାର ହୋଇ ବେସରାଝରଣ ଗ୍ରାମ ଯିବା ପାଇଁ ପଡ଼େ ।

ଏଠାରେ ବର୍ଷା ଦିନ କଥା ନ କହିବା ଭଲ । ବର୍ଷା ଦିନେ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଗର୍ଭବତୀ ମହିଳା ଓ ରୋଗାକ୍ରାନ୍ତ ଲୋକଙ୍କୁ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଛି । ହେଲେ ପକ୍କା ରାସ୍ତା ପାଇଁ ବହୁବାର ଜନପ୍ରତିନିଧିଙ୍କ ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.