ETV Bharat / state

ବାଟବଣା ବିକାଶ, ଖଟିଆରେ ବୁହା ହେଉଛନ୍ତି ରୋଗୀ

author img

By

Published : Sep 10, 2019, 11:04 PM IST

ସବୁବେଳେ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ବିକାଶର ଚିତ୍ର ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ଖରାପ ରାସ୍ତା ଯୋଗୁଁ ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତର ବାଲିପଟା ଗାଁରେ । ରାସ୍ତା ଖରାପ ଯୋଗୁଁ ଅସୁସ୍ଥ ଥିବା ଜଣେ ବୃଦ୍ଧା ମାଣିକ ସାନ୍ତଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନେଇଥିଲେ ଗାଁ ଲୋକେ । ଏହାପରେ ଏକ ଅଟୋ ସାହାଯ୍ୟରେ ଅଣାଯାଇ ନିକଟସ୍ଥ ସୁନାବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଯୋଗ୍ୟ ଯେ ଉମରକୋଟ ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟରରେ ସୁନାବେଡ଼ା ପଞ୍ଚାୟତ । ବିକାଶ ଯେମିତି ଏହି ପଞ୍ଚାୟତର ଗ୍ରାମାଞ୍ଚଳକୁ ଅପହଞ୍ଚ । ବର୍ଷା ଋତୁ ଆସିବା ମାତ୍ରେ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଦୁର୍ଦ୍ଦଶା ବଢ଼ିଯାଏ । ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ଯାଏ ଏହି ଅଞ୍ଚଳ। ବାଲିପଟା ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କୌଣସି ଲାଭ ହେଉ ନାହିଁ । ରୋଗରେ କେହି ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳାନଙ୍କୁ ଚିକିତ୍ସାଳୟ ନେବାକୁ ହେଲେ ବହୁତ ଅସୁବିଧାରେ ଖଟିଆରେ ନେବାକୁ ପଡୁଛି । ବାଲିପଟା ଗାଁ ଠାରୁ 2କିଲୋମିଟର ବୋହି ବୋହି ଆଣିବା ପରେ ଅଟୋ ରିକ୍ସା ସାହାଯ୍ୟରେ ସ୍ବାସ୍ତ୍ୟ କେନ୍ଦ୍ରକୁ ନିଆ ଯାଉଥିବା ରହିଛି ସୂଚନା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରାସ୍ତା ଖରାପ ଯୋଗୁଁ ରୋଗୀ ଙ୍କୁ ଖଟିଆ ରେ ବୁହା ହେଲା
Anchor- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ର ବାଲିପଟା ଗାଁ ରେ ରାସ୍ତା ଖରାପ ଯୋଗୁଁ ଆଜି ଶାରିରୀକ ଅସୁସ୍ଥ ଥିବା ବୃଦ୍ଧା ମହିଳା ମାଣିକ ସାନ୍ତ |(୭୦) ଙ୍କୁ,ଖଟିଆ ରେ ଦୁଇ କିଲୋମିଟର ବୁହା ହେଲେ,ଏହାପରେ ଏକ ଅଟୋ ସାହାଯ୍ୟ ରେ ଅଣାଯାଇ ନିକଟସ୍ଥ ସୁନାବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାକୁ ପରାମର୍ଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଉମରକୋଟ ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ରେ ସୁନାବେଡ଼ା ପଞ୍ଚାୟତ ବିକାଶ ଯେମିତି ଏହି ପଞ୍ଚାୟତ ର ଗ୍ରାମାଂଚଳ କୁ ପହଂଚି ପାରିନାହିଁ ବର୍ଷା ଋତୁ ଆସିବା ମାତ୍ରେ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରନ ଙ୍କ ଦୁର୍ଦ୍ଦଶା ବଢିଯାଏ ବାହ୍ୟ ଜଗତ ରୁ ଏକ ପ୍ରକାର ବିଛିନ୍ନ ହୋଇ ଯାଓନ୍ତି, ବାଲିପାଟା ଗ୍ରାମ ର ରାଜେନ୍ଦ୍ର ହରିଜନ, ସୁବଧ ହରିଜନ, ବଲବ ସନ୍ତା,ରାଜୁ ସାନ୍ତା,ଆସମତି ହରିଜନ, କନକ ହରିଜନ ପ୍ରମୁଖ ଙ୍କ କହିବା ଅନୁଯାୟୀ ରାସ୍ତା ର ସମସ୍ୟା ସଂପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉ ନାହି । ରୋଗରେ କେହି ଆକ୍ରାନ୍ତ ହେଲେ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଚିକିତ୍ସାଲୟ ନେବାକୁ ହେଲେ ବହୁତ ଅସୁବିଧାରେ ଖଟିଆ ରେ ନ ନେବାକୁ ପଡୁଛି ବାଲିପଟା ଗାଁ ଠାରୁ 2କିଲୋମିଟର ବୋହି ବୋହି ଆଣିବା ପରେ ଅଟୋ ରିକ୍ସା ସାହାଯ୍ୟ ରେ ସ୍ବାସ୍ତ୍ୟ କେନ୍ଦ୍ର କୁ ନିଆ ଯାଉଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.