ETV Bharat / state

Municipal Poll: ନବରଙ୍ଗପୁରରେ ଚର୍ଚ୍ଚାରେ କୁନୁ ନାୟକ, ଅଧ୍ୟକ୍ଷ ଟିକେଟ ପାଇଁ କଲେ ଆବେଦନ - ନବରଙ୍ଗପୁରରେ ଚର୍ଚ୍ଚାରେ କୁନୁ ନାୟକ

ପୌର ନିର୍ବାଚନ ଲାଗି ନବରଙ୍ଗପୁର ଜିଲ୍ଲାରେ ସରଗରମ ରାଜନୀତି । ଏହାରି ମଧ୍ୟରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ନାୟକ ବିଜେଡ଼ି ପକ୍ଷରୁ ଟିକେଟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ପୌର ନିର୍ବାଚନ: ନବରଙ୍ଗପୁରରେ ଚର୍ଚ୍ଚାରେ କୁନୁ ନାୟକ

author img

By

Published : Mar 4, 2022, 1:20 PM IST

Updated : Mar 4, 2022, 3:38 PM IST

ନବରଙ୍ଗପୁର: ପୌର ନିର୍ବାଚନକୁ ନେଇ ଜିଲ୍ଲାରେ ସରଗରମ ରାଜନୀତି । ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନାହିଁ । ସେପଟେ ବିଜେଡ଼ି ପକ୍ଷରୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ନାୟକ ନବରଙ୍ଗପୁର ଅଧ୍ୟକ୍ଷ ଟିକେଟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

ପୌର ନିର୍ବାଚନ: ନବରଙ୍ଗପୁରରେ ଚର୍ଚ୍ଚାରେ କୁନୁ ନାୟକ, ଅଧ୍ୟକ୍ଷ ଟିକେଟ ପାଇଁ କଲେ ଆବେଦନ

ବିଜେଡ଼ି ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରାର୍ଥୀ ଖୋଜା ଜାରି ରଖିଛନ୍ତି । ଏହାରି ମଧ୍ୟରେ ବିଜେଡି ପକ୍ଷରୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କୁନୁ ୧୯୮୪ ମସିହାରେ ଚାକିରି କରିବା ପୂର୍ବରୁ ନବରଙ୍ଗପୁର ମୁନିସିପାଲିଟିର ୩ ନଂ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଜନତା ଦଳ ପକ୍ଷରୁ ତାଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା । ତେବେ କୁନୁ ହେଉଛନ୍ତି ବର୍ତ୍ତମାନ ନୂତନ ଭାବେ ବିଜେଡ଼ିରେ ଯୋଗ ଦେଇଥିବା ତଥା ୩ ଥର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଥିବା ସଞ୍ଜୟ ନାୟକଙ୍କ ପିତା ।

ଅବସର ପରେ ଜନତାଙ୍କ ସେବା କରିବା ପାଇଁ କୁନୁ ବିଜେଡ଼ି ପକ୍ଷରୁ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଥିବା ପୌର ଅଧ୍ୟକ୍ଷ ପାଇଁ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏଥିଲାଗି ସେ ଦଳର ସଭାପତି ରମେଶ ମାଝୀଙ୍କ ନିକଟରେ ଟିକେଟ ପାଇଁ ଆବେଦନ କରିଥିବା କହିଛନ୍ତି । ଅନ୍ୟପଟେ କୁନୁ ନବରଙ୍ଗପୁର ସହରର ସମସ୍ତ ସମ୍ପ୍ରଦାୟ ତଥା ବ୍ୟବସାୟୀଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ତାଙ୍କୁ ନେଇ ସହରର ଚର୍ଚ୍ଚା ହେଉଥିବା ବେଳେ ଦଳ ପକ୍ଷରୁ କିଏ ପାଇବ ଟିକେଟ ତାହା ଆଗାମୀ ସମୟରେ ଜଣାପଡ଼ିବ ।

ଅନ୍ୟପଟେ ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ 26 ତାରିଖରେ ଭୋଟ୍ ଗଣତି ହେବ। 3 ମହାନଗର ସମେତ 107 ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଗତ ୨ ତାରିଖଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 4, 2022, 3:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.