ନବରଙ୍ଗପୁର: ପାପଡାହାଣ୍ଡି ପୋଲିସ୍ ରବିବାର ସନ୍ଧ୍ୟାରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା 26 ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି । 13 ଜଣ ମହିଳା ଓ 13 ଜଣ ପୁରୁଷ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାପଡାହାଣ୍ଡି ପୋଲିସ । ସମସ୍ତ ଦାଦନ ପାପଡାହାଣ୍ଡି ବ୍ଲକ ସେମେଳା ପଞ୍ଚାୟତ ର ପାଇକ କତରା ଗ୍ରାମରୁ ଏକ ଘରେ଼ଇ ବସ୍ ଜଗନ୍ନାଥ ( OD 18 B 1989 ) ଯୋଗେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ।
ସମସ୍ତେ ଏହିଠାରୁ ପାରଳାଖେମୁଣ୍ଡି କୁ ଯାଉଥିଲେ । ପାପଡାହାଣ୍ଡି ପୋଲିସ ସେମଳା ସାପ୍ତାହିକ ବଜାର ନିକଟରେ ବସ୍ ଉପରେ ଚଢ଼ାଉ କରି ଥିଲେ ଏବଂ ସମସ୍ତ ଦାଦନଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଥାନା ରେ ବସ ସହ ବସ୍ ର ତିନି ଜଣ କର୍ମଚାରୀ ଙ୍କୁ ଅଟକ ରଖିଛନ୍ତି । ବସ ର ଡ୍ରାଇଭର, ହେଲ୍ପର, ଏବଂ ଆଉ ଜଣେ ଷ୍ଟାପ କୁ ଅଟକ ରଖି ତଦନ୍ତ ଜାରି ରହିଛି ପାପଡାହାଣ୍ଡି ପୋଲିସ ।
ଅନ୍ୟ ପକ୍ଷରେ ବସ ଟି ନବରଙ୍ଗପୁରରୁ ପାରଳାଖେମୁଣ୍ଡି ଯାଉଥିବା ପରମିଟ ଥିବାବେଳେ ନିର୍ଦ୍ଧାରିତ ରୁଟ୍ ଛାଡ଼ି ଦାଦନ ଆଣିବାକୁ ପାଇକକତରା ଗ୍ରାମକୁ ଯାଇଥି ବସ୍ ଡ୍ରାଇଭର କହିଛନ୍ତି ଏହା ପୂର୍ବରୁ ସେ ବହୁତ ଥର ଏହି ଅଞ୍ଚଳ ରୁ ଶ୍ରମିକ ନେଇ ଛାଡ଼ିଥିବା ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ