ETV Bharat / state

Jeypore-nabarangpur Railway line: ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ

author img

By

Published : Feb 1, 2022, 8:08 PM IST

ଜମି ଅଧିଗ୍ରହଣ ହେଲେ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବତଟ ରେଳପଥ ବିଭାଗର ଉପ ସଚିବ ୟୁ. କେ. ମିଶ୍ର ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

Railway line at nabarangpur: East coast railway deputy secretary wrote to secretary district bar association
Jeypore-nabarangpur Railway line: ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ

ନବରଙ୍ଗପୁର: ଜମି ଅଧିଗ୍ରହଣ ହେଲେ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବତଟ ରେଳପଥ ବିଭାଗର ଉପ ସଚିବ ୟୁ. କେ. ମିଶ୍ର ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବର୍ଷ ୨୦୧୬-୧୭ରେ ଏହି ରେଳପଥ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ।

ଏହି ନୂଆ ରେଳପଥ ପ୍ରକଳ୍ପ ପାଇଁ ୪୧.୯୦ କି.ମି. ର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ଫେବୃଆରୀ/ମାର୍ଚ୍ଚ ୨୦୧୮ରେ ସରକାରୀ, ବେସରକାରୀ ଓ ଜଙ୍ଗଲ ବିଭାଗ ଜମି ଯୋଗାଇ ଦେବାକୁ ରେଳ ବିଭାଗ ତରଫରୁ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଏହି ପତ୍ରରେ ସୂଚନା ଦିଆଯାଇଛି । ଏଥିପାଇଁ ନବରଙ୍ଗପୁରରେ ୨୧ ହେକ୍ଟର ସରକାରୀ, ୮୯ ହେକ୍ଟର ବେସରକାରୀ ଜମି ଓ କୋରାପୁଟ ଜିଲ୍ଲାରେ ୮୧ ହେକ୍ଟର ସରକାରୀ, ୧୨ ହେକ୍ଟର ଜଙ୍ଗଲ ଜମି ଓ ୨୪୮ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେବ । ୭୪୮ କୋଟି ଟଙ୍କା ବ୍ୟୟ ଅଟକଳର ଏହି ନୂତନ ରେଳପଥ ପାଇଁ ୨୦୧୭ ମସିହାରେ ରେଳପଥ ବୋର୍ଡ ପ୍ରକଳ୍ପ ରିପୋର୍ଟ ଅନୁମୋଦନ କରିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।

Railway line at nabarangpur: East coast railway deputy secretary wrote to secretary district bar association
Railway line at nabarangpur: ଜିଲ୍ଲା ଆଇନଜୀବୀ ସମ୍ପାଦକଙ୍କୁ ପୂର୍ବତଟ ରେଳପଥ ଉପସଚିବଙ୍କ ଚିଠି

ଏହାମଧ୍ୟ ପଢନ୍ତୁ: ପୁଣି ନବରଙ୍ଗପୁରରେ ଭାଲୁ ଆତଙ୍କ, ସ୍ଥାୟୀ ସମାଧାନ ପାଇଁ ଦାବି

ଉକ୍ତ ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ଜମି ଯୋଗାଇ ଦେବାସହ ରେଳପଥ ନିର୍ମାଣ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ । ଏହି ରେଳପଥ ନିର୍ମାଣ ହେଲେ, ନବରଙ୍ଗପୁରର ପୋଡାଲଗୁଡା ଠାରେ, କୋରାପୁଟ ଜିଲ୍ଲାର ଜୟନ୍ତୀଗିରି, ବୋରିଗୁମ୍ମା ଓ କାଳିଆଗୁଡା ଠାରେ ରେଳ ଷ୍ଟେସନ ହେବ । ନବରଙ୍ଗପୁର ଜିଲ୍ଲାର ୧୧ କି.ମି. ଓ କୋରାପୁଟ ଜିଲ୍ଲାର ୩୧ କି.ମି. ର ଏହି ରେଳପଥରେ ୨୭ ଟି ଲେଭେଲ କ୍ରସିଂ ଓ ଇନ୍ଦ୍ରାବତୀ ନଦୀ ଓ ପୁଟ୍ରା ନଦୀରେ ଦୁଇଟି ରେଳ ବ୍ରିଜ୍ ତିଆରି ହେବ ।

ନୂତନ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାର ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ଆଶାନୁରୂପ ଭାବେ ଆଗେଇ ପାରିନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ବୟ ରକ୍ଷାକରି ଏଥିପାଇଁ ତତ୍ପରତା ଦେଖାଇଲେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ଜିଲ୍ଲା ଆଇନଜୀବୀ ସଂଘ ତରଫରୁ କୁହାଯାଇଛି । ଫେବୃଆରୀ ୨୦୧୮ରୁ ଜମି ଅଧିଗ୍ରହଣ ପାଇଁ ରେଳ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାହିଁକି ହୋଇପାରୁନାହିଁ, ଏହାର ସମୀକ୍ଷା କରି ତୁରନ୍ତ ଜମି ଯୋଗାଇ ଦେବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଅନୁରୋଧ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.