ETV Bharat / state

ଚାଲିଥିଲା ବାଘ ଛାଲ ଡିଲ୍, ଚଢାଉ କଲା ବନବିଭାଗ - ରାଇଘର ବନ ବିଭାଗ

ବନ ବିଭାଗ ଦ୍ବାରା ବାଘ ଛାଲ ଜବତ । କିଣା ବିକା ସମୟରେ ଅଚାନକ ଚଢାଉ କରି ବାଘ ଛାଲ ଜବତ କଲା ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ । ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...

ବାଘ ଛାଲ ଜବତ କଲା ରାଇଘର ବନ ବିଭାଗ
ବାଘ ଛାଲ ଜବତ କଲା ରାଇଘର ବନ ବିଭାଗ
author img

By

Published : Aug 18, 2021, 11:46 AM IST

ନବରଙ୍ଗପୁର: ବନ ବିଭାଗ ଦ୍ବାରା ବାଘ ଛାଲ ଜବତ । କିଣା ବିକା ସମୟରେ ଅଚାନକ ଚଢାଉ କରି ବାଘ ଛାଲ ଜବତ କଲା ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ । ପ୍ରାପ୍ତ ସୂଚନା ମୁତାବକ, ଜିଲ୍ଲାର ରାଇଘର ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ନେଇ କୌଣସି ଏକ ସୂତ୍ରରୁ ଖବର ପାଇଥିଲା ରାଇଘର ବନ ବିଭାଗ ।

ବାଘ ଛାଲ ଜବତ କଲା ରାଇଘର ବନ ବିଭାଗ

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ ଏକ ମାସ ପୂର୍ବରୁ ହିଁ ଏହି ବାଘ ଛାଲ ରାକେଟକୁ ଧରିବା ପାଇଁ ରାଇଘର ବନ ବିଭାଗ ଏବଂ ସ୍କ୍ବାର୍ଡର ଏକ ମିଳିତ ଟିମ ଗଠନ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତେବେ ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ଜଙ୍ଗଲ ନିକଟରେ ବାଘ ଛାଲ କାରବାର ହେଉଥିବା ଖବର ପାଇ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାରୁ ଦୁଃଖୁଙ୍କ ନେତୃତ୍ବରେ ରାଇଘର ବନ ବିଭାଗ, ଉମରକୋଟ ବନ ବିଭାଗ ଏବଂ ସ୍କ୍ବାର୍ଡ ମିଳିତ ଭାବେ ଅଚାନକ ଚଢାଉ କରିଥିଲେ ।

ଚଢାଉ ବେଳେ ଅତ୍ୟଧିକ ବର୍ଷାର ଆଳ ନେଇ ବ୍ୟବସାୟୀ ବାଘ ଛାଲ ଥିବା ବ୍ୟାଗକୁ ଛାଡି ଚମ୍ପଟ ମାରିଥିବାବେଳେ ଉକ୍ତ ବାଘ ଛାଲକୁ ଜବତ କରିଥିବା ସୂଚନା ଦେଇଛନ୍ତି ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାରୁ ଦୁଃଖୁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.