ETV Bharat / state

ନବରଙ୍ଗପୁରରେ ମାଣ୍ଡିଆ ମଣ୍ଡି ଉଦଘାଟିତ - Ragi Mandi inaugurated

ଖରିଫ ଫସଲ ମାଣ୍ଡିଆ ବିକ୍ରି ପାଇଁ ନବରଙ୍ଗପୁର ଜିଲ୍ଲାରେ ମାଣ୍ଡିଆ ମଣ୍ଡିର ଉଦଘାଟନ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ମାଣ୍ଡିଆ ମଣ୍ଡି ଉଦଘାଟିତ
ନବରଙ୍ଗପୁରରେ ମାଣ୍ଡିଆ ମଣ୍ଡି ଉଦଘାଟିତ
author img

By

Published : Jan 5, 2021, 8:13 AM IST

ନବରଙ୍ଗପୁର: ଜିଲ୍ଲାରେ ଖୋଲିଲା ମାଣ୍ଡିଆ ମଣ୍ଡି । ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଖରିଫ ଫସଲ ପାଇଁ ଆଦିବାସୀ ସମନ୍ୱୟ ସମବାୟ ନିଗମ ଆନୁକୂଲ୍ୟରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଛି ।

ନବରଙ୍ଗପୁରରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ 40ଟି ମଣ୍ଡି ମାଧ୍ୟମରେ 15ହଜାର 500କ୍ୟୁଣ୍ଟାଲ ମାଣ୍ଡିଆ କିଣା ଯିବା ନେଇ ସ୍ଥିର ହୋଇଛି । ସରକାରଙ୍କ ନିର୍ଧାରିତ ସମୟ ମଧ୍ୟରେ ମାଣ୍ଡିଆ ମଣ୍ଡିରେ ବିକ୍ରି କରିବାକୁ ଜିଲ୍ଲା ମଧ୍ୟରେ 6ହଜାର 89 ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି l ଏହି ମାଣ୍ଡିଆ ମଣ୍ଡି ଆଗାମି ମାର୍ଚ୍ଚ ମାସ 31 ତାରିଖ ଯାଏଁ ଜିଲ୍ଲାରେ ଖୋଲା ରହିବ । ମାଣ୍ଡିଆ କ୍ୟୁଣ୍ଟାଲ ପିଛା 3295 ଟଙ୍କାରେ ଚାଷୀଙ୍କ ଠାରୁ କ୍ରୟ କରାଯିବ ବୋଲି ଆଦିବାସୀ ଉନ୍ନୟନ ସମବାୟ ନିଗମର ଶାଖା ପରିଚାଳକ ଶ୍ୟାମ ସୁନ୍ଦର ମାଝି କହିଛନ୍ତି l ମାଣ୍ଡିଆ ଚାଷଙ୍କ ପାଇଁ ମଣ୍ଡିର ଉଦଘାଟନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

ବିଗତ ବର୍ଷ 1083 କ୍ୟୁଣ୍ଟାଲ ମାଣ୍ଡିଆ, ଚାଷୀଙ୍କ ଠାରୁ କ୍ରୟ କରାଯାଇଥିଲା l ଦିନକୁ ଦିନ ମାଣ୍ଡିଆ ଉତ୍ପାଦନ କମିବାରେ ଲାଗିଛି । ତେଣୁ ଚାଷୀଙ୍କୁ ମାଣ୍ଡିଆ ଚାଷ ପ୍ରତି ଆକୃଷ୍ଟ କରିବାକୁ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଥିବା ଦେଖିବାକୁ ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.