ETV Bharat / state

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

author img

By

Published : Feb 25, 2023, 2:07 PM IST

ଜୟପୁର-ନବରଙ୍ଗପୁର ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ। ଅଧିକ ପଢନ୍ତୁ

public hearing program at nabarangpur
public hearing program at nabarangpur

public hearing program at nabarangpur

ନବରଙ୍ଗପୁର: ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ଜୟପୁର-ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ଗତକାଲି ଜନଶୁଣାଣୀର ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତାଙ୍କ ଅଧ୍ୟକ୍ଷତାରେ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଗତ ୮ ତାରିଖରେ ଭୂ-ଅର୍ଜନ ବିଭାଗ ତରଫରୁ, ତିନି ଗୋଟି ଗ୍ରାମ ସିନ୍ଧି ଗୁଡା,ଡାଇଭଟା ଓ ନୂଆଗଡର ଜମି ଅଧିଗ୍ରହଣ ନିମନ୍ତେ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ନିୟମ ୨୦୧୬ର ନିୟମ ୧୪ ଅନୁଯାୟୀ ଜନ ଶୁଣାଣୀ ପାଇଁ ନୋଟିସ ଜାରି କରାଯାଇଥିଲା । ଏହି ନୂତନ ଜୟପୁର-ନବରଙ୍ଗପୁର ରେଳ ସଂଯୋଗୀକରଣ ନିମନ୍ତେ ଜିଲ୍ଲାର ମୋଟ ୬.୯୯୫ କିଲୋମିଟର ବା ବେସରକାରୀ ଜମି ୧୪୫.୬୪୩, ସରକାରୀ ୩୨.୪୨୫ ଓ ଜଙ୍ଗଲ ଜମି ୨.୦୩୫, ଏପରି ମୋଟ ଭାବେ ୧୮୦.୧୦୩ ଏକର ଜମି ଚିହ୍ନଟ କରାଯାଇଛି ।

ସେଥିମଧ୍ୟରୁ ନନ୍ଦାହାଣ୍ଡି ବ୍ଲକ ଡାଇଭଟାର ୧୪.୬୬୬ ଏକର ଜମି, ନୂଆଗଡର ୪୦.୧୯୦ ଏକର ଜମି, ଗାଦବାଗୁଡାର ୩୫.୮୧୫ ଏକର ଜମି ଓ ସିନ୍ଧିଗୁଡାର ୧୭.୮୭୬ ଏକର ଜମି, ନବରଙ୍ଗପୁର ବ୍ଲକର କେଶରୀ ଗୁଡାର ୩୦.୧୧୫, ସଦର ବ୍ଲକର ୬ .୯୮୧ ଏକର ଜମି ଏହି ପ୍ରକଳ୍ପ ନିମନ୍ତେ ଚିହ୍ନଟ କରାଯାଇଛି । ତେବେ କାର୍ଯ୍ୟକାରୀଣୀ ବୈଠକରେ ଜମି ହରାଇବାକୁ ଥିବା ବ୍ୟକ୍ତିଙ୍କୁ ମାନଙ୍କ ଅଭିଯୋଗ ତଥା ମତାମତକୁ ଜିଲ୍ଲା ପ୍ରଶାସନ ଦ୍ବାରା ଶୁଣାଣୀ କରାଯାଇଥିଲା। ଏହି ମତାମତ ଗୁଡିକୁ ଓଡ଼ିଶା ସରକାରଙ୍କ ନିକଟରେରେ ପ୍ରେରଣ କରାଯିବା ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ।

ଉକ୍ତ ବୈଠକରେରେ ଜୟପୁର- ନବରଙ୍ଗପୁର ରେଳ ଲାଇନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ସୁରଜ ପଟନାୟକ, ଡେପୁଟି କଲେକ୍ଟର ମୌସୁମୀ ନାୟକ ଅଂଶ ଗ୍ରହଣ କରିଥିଲେ । ସେହିପରି ଲାଇଫ ଆକାଡେମୀ ଫର ଭୋକେଶନଲ । ଷ୍ଟଡି ସଂସ୍ଥା ତରଫରୁ ସତ୍ୟ ନାରାୟଣ ରଣା, ନବରଙ୍ଗପୁର ତହସିଲର ରାଜସ୍ୱ ପରିଦର୍ଶକ ପ୍ରଶାନ୍ତ କୁମାର ଦାସ, ରାଜସ୍ବ ନିରୀକ୍ଷକ ସାଗର ଖୁଣ୍ଟିଆ, ପୂର୍ବତଟ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର ଏସ ଗୋପାଳ ସାମିଲ ହୋଇଥିଲେ । ଏଥିସହ ଇଞ୍ଜିନିୟର ସତ୍ୟମ ମାଝି , ଭୂ ଅର୍ଜନ ବିଭାଗର ବରିଷ୍ଠ ରାଜସ୍ୱ ସାହାୟକ ଭବାନୀ ବାବୁ, ଜିଲ୍ଲା ସବ ରେଜିଷ୍ଟ୍ରେର କାର୍ଯ୍ୟଳୟର କନିଷ୍ଠ ସାହାୟକ ସମୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.