ETV Bharat / state

ଶ୍ମଶାନ ରାସ୍ତାରେ କୁଢକୁଢ ଅଳିଆ, ମୃତଦେହ ରଖି ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ

ଶ୍ମଶାନକୁ ଯାଇଥିବା ରାସ୍ତାରେ କୁଢ଼କୁଢ଼ ଆବର୍ଜନା ପଡିଥିବାରୁ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

author img

By

Published : Nov 2, 2021, 3:25 PM IST

ଶ୍ମଶାନ ରାସ୍ତାରେ ପଡିଛି କୁଢକୁଢ ଅଳିଆ, ମୃତଦେହ ରଖି ରାସ୍ତା ରୋକ ଗଲେ ଉତ୍ୟକ୍ତ ଲୋକେ

ନବରଙ୍ଗପୁର: ଶ୍ମଶାନ ରାସ୍ତାରେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । ଶେଷରେ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ଜିଲ୍ଲାରେ । ଶ୍ମଶାନକୁ ଯାଇଥିବା ରାସ୍ତାରେ ମୁନିସିପାଲିଟି ତରଫରୁ ଆବର୍ଜନା ପକାଯାଉଥିବାରୁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତାରେ ମୁନୁସିପାଲିଟି ତରଫରୁ ଅଳିଆ ଆବର୍ଜନା ପକାଯାଉଥିବାରୁ ଧୀରେ ଧୀରେ ରାସ୍ତା ସଙ୍କୁଚିତ ହେଉଛି ଏବଂ ଶ୍ମଶାନକୁ ଯିବାରେ ଅସୁବିଧା ହେଉଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ଭାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳିନଥିଲା । ଫଳରେ ଆଜି ମାଝିଗୁଡା ଗ୍ରାମର ଜଣେ ବୃଦ୍ଧାଙ୍କ ଦେହାନ୍ତ ହୋଇଥିଲାବେଳେ ତାଙ୍କୁ ଶ୍ମଶାନକୁ ନେବା ସମୟରେ ରାସ୍ତା ଆବର୍ଜନା ପରିପୂର୍ଣ୍ଣ ହୋଇଥିବା ଦେଖି ଉତ୍ୟକ୍ତ ହୋଇଥିଲେ ଗ୍ରାମବାସୀ । ଏହାପରେ ୨୬ ନମ୍ବର ରାଜପଥ ଉପରେ ମୃତଦେହ ରଖି ଜାତୀୟ ରାଜପଥ ପ୍ରତିବାଦ କରିଥିଲେ ଗ୍ରାମବାସୀ । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା ।

କିଛି ସମୟ ରାସ୍ତା ଅବରୋଧ ପରେ ଖବର ପାଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଉପରେ ଆଉ ଆବର୍ଜନା ନ ପକାଇବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ହୋଇଥିଲେ ଏବଂ ରାସ୍ତା ଅବରୋଧ ହଟାଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.