ETV Bharat / state

ଟ୍ରାକ୍ଟର ଚଲାଇ ଧାରଣାରତ ମାଲିକଙ୍କୁ ସମର୍ଥନ ଦେଲେ ଦୁଇ ପୂର୍ବତନ ସାଂସଦ

ବିଭିନ୍ନ ଦାବି ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଟ୍ରାକ୍ଟର ମାଲିକ ସଂଘ । ଅଧିକ ପଢନ୍ତୁ...

ଟ୍ରାକ୍ଟର ମାଲିକ ସଂଘର ବିକ୍ଷୋଭ
ଟ୍ରାକ୍ଟର ମାଲିକ ସଂଘର ବିକ୍ଷୋଭ
author img

By

Published : Jan 12, 2021, 12:59 PM IST

ନବରଙ୍ଗପୁର: ନୂତନ ପରିବହନ ନିୟମ ଅନୁସାରେ ଲାଇସେନ୍ସ ପ୍ରଦାନର ନୂଆ ସିଷ୍ଟମକୁ ନେଇ ଅନଭିଜ୍ଞ ରହିଛନ୍ତି ଟ୍ରାକ୍ଟର ମାଲିକ । ଫଳରେ ଲାଇସେନ୍ସ ପ୍ରଦାନ ପରୀକ୍ଷାରେ ଟ୍ରାକ୍ଟର ଡ୍ରାଇଭର ବିଫଳ ହେଉଛନ୍ତି । ଫଳରେ ଏହାକୁ ନେଇ ଟ୍ରାକ୍ଟର ଡ୍ରାଇଭର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଏକ ଟ୍ରେନିଂ କ୍ୟାମ୍ଫ ଗଠନ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଟ୍ରାକ୍ଟର ମାଲିକ ସଂଘ ।

ଟ୍ରାକ୍ଟର ମାଲିକ ସଂଘର ବିକ୍ଷୋଭ

ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେପି ର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ନିଜ ନିଜ ସମର୍ଥକଙ୍କ ସହ ସାମିଲ ହୋଇଥିଲେ । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ନିଜେ ଟ୍ରାକ୍ଟର ଚଲାଇ ଅନ୍ୟ ଟ୍ରାକ୍ଟର ମାଲିକ ଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଧାରଣା ରେ ବସିଥିଲେ। ନୂଆ ପରିବହନ ବ୍ୟବସ୍ଥାରେ ଡ୍ରାଇଭରମାନଙ୍କୁ ଟ୍ରେନିଂ ଦେବା ସହିତ ଲେବରମାନଙ୍କୁ କାର୍ଡ ପ୍ରଦାନ କରି ବିମାଭୁକ୍ତ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି। ଏହା ସହ ବାହାର ରାଜ୍ୟକୁ ହେଉଥିବା ବାଲି ଚାଲାଣ ରୋକିବା ଏବଂ ବାଲି ଉତ୍ତୋଳନ ନେଇ ଟିକସ ପ୍ରଦାନ ପାଇଁ ସରକାରଙ୍କ ତରଫରୁ ଏକ କାଉଣ୍ଟର ଖୋଲିବାକୁ ଦାବି କରିଛନ୍ତି ।ଏହି ଦାବି ପୂରଣ ପାଇଁ ୪ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଟ୍ରାକ୍ଟର ମାଲିକ ସଂଘ ତରଫରୁ ଶତାଧିକ ଟ୍ରାକ୍ଟର ନେଇ ସହରର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲିରେ ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ମାଲିକ ସଂଘର ଏହି ଦାବିକୁ ସମର୍ଥନ କରି ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳର କର୍ମକର୍ତାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କଂଗ୍ରେସ ଓ ବିଜେପିର ଦୁଇ ପୂର୍ବତନ ସାଂସଦ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହା ସହିତ ୪ ଦଫା ସମ୍ବଳିତ ଦାବି ନେଇ ଆନ୍ଦୋଳନରେ ବସିଥିବା ବେଳେ 3 ଟି ପ୍ରମୁଖ ଦଳର 10 ଜଣିଆ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମସ୍ତ ଦାବି ପୁରଣ ନ ହେଲେ ଜିଲ୍ଲାବାସୀଙ୍କ ହିତ ସକାଶେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଟ୍ରାକ୍ଟର ମାଲିକ ସଂଘ । ବିଭାଗୀୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଷ କରି ଏହି ଦାବି ଉପରେ ଗୁରୁତ୍ବ ଦେବେ ବୋଲି ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.