ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କୁ ର୍ଦୁବ୍ୟବହାର ଅଭିଯୋଗ - ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ନାମରେ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଅଭିଯୋଗ । ଡାକ୍ତରଖାନାରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଙ୍କୁ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ରାଜ୍ୟ ସରକାର ମହିଳା ପ୍ରସୂତିଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ ପ୍ରସୂତି ମହିଳା କିନ୍ତୁ ପାଇପାରୁ ନାହାନ୍ତି ସେହି ମୌଳିକ ସୁବିଧା l ଅଧିକ ପଢନ୍ତୁ

pregnant women alleaged misbehaved in nabarangapur district hospital
ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କୁ ର୍ଦୁବ୍ୟବହାର ଅଭିଯୋଗ
author img

By

Published : May 17, 2022, 12:30 PM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(Nabarangapur District Hospital) ନାମରେ ଅଭିଯୋଗ । ଡାକ୍ତରଖାନାରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ରାଜ୍ୟ ସରକାର ପ୍ରସୂତୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ ର୍ଦୁବ୍ୟବହାର ଅଭିଯୋଗ ଯୋଜନାର ସଫଳ ରୂପାୟନ ନେଇ ବ୍ୟବସ୍ଥାର ଆନ୍ତରିକତା ସବୁ ପଦାରେ ପଡିଛି । ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଥିବା ବେଳେ ବ୍ୟବସ୍ଥା ଭିତରେ କେଉଁଠି ନା କେଉଁଠି ସାଙ୍ଘାତିକ ତ୍ରୁଟି ପାଇଁ ହିନସ୍ତା ଭୋଗୁଛନ୍ତି ନିରୀହ ଲୋକ । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନାମରେ ଯାହାର ତଦନ୍ତ କରିବେ ଏଡିଏମ୍ଓ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କୁ ର୍ଦୁବ୍ୟବହାର ଅଭିଯୋଗ

ସୂଚନା ଅନୁସାରେ, କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମର ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲରେ ଆଡମିଟ୍‌ ହୋଇଥିଲେ । ସେଠାରେ ଡାକ୍ତର ମହିଳାଙ୍କ ଅବସ୍ଥାକୁ ଦେଖି ସଙ୍ଗେ ସଙ୍ଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଉକ୍ତ ମହିଳା ଜଣକ ନିଜ ଦୁଇ ଝିଅକୁ ଧରି ଶନିବାର ରାତି 8 ଟା ସମୟରେ ମୁଖ୍ୟ ଚିକିତ୍ସାଳୟରେ ଆସି ପହଞ୍ଚିଥିଲେ । ସେମାନଙ୍କ ସାଙ୍ଗରେ ଆଉ କେହି ନଥିଲେ । ତାଙ୍କ ପ୍ରତି ପ୍ରଥମେ ବିରକ୍ତି ଭାବ ପ୍ରକାଶ କରିଥିଲେ ଡ୍ୟୁଟିରେ ଥିବା କର୍ମଚାରୀ । ପ୍ରସବ ଯନ୍ତ୍ରଣା ଅଧିକ ହେବା ପରେ ବେଡ଼୍‌କୁ ନ ନେଇ ତଳେ ଏକ ବେଡ଼ସିଟ୍‌ ପକାଇ ଲେବର ରୁମରେ ରଖିଥିବା ଅଭିଯୋଗ ହୋଇଛି ।

ଯେତେବେଳେ ଡେଲିଭେରୀ ହେଲା ତାପରେ ଦ୍ଵିତୀୟ ସନ୍ତାନ ଥିବା ଜାଣି ମଧ୍ୟ ରାତି ଅଧରେ ମହିଳାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ଉକ୍ତ କର୍ମଚାରୀ । ଆମ୍ବୁଲାନ୍ସରେ ପ୍ରସବ ମହିଳାଙ୍କୁ ନେଇ ବାଧ୍ୟ ବାଧକତାରେ ବସାଇଥିବା ସମୟରେ ଆମ୍ବୁଲାନ୍ସ ଭିତରେ ଅନ୍ୟ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ଉକ୍ତ ମହିଳା । ଦ୍ଵିତୀୟ ସନ୍ତାନକୁ ଦାୟିତ୍ବରେ ଥିବା କର୍ମଚାରୀ ମୃତ ବୋଲି କହିଥିବାବେଳେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ । ଏହା ସହିତ ସହିତ ପ୍ରଥମ ସନ୍ତାନକୁ ବର୍ତମାନ ସୁଦ୍ଧା ଜନ୍ମ କଲା ମାଆକୁ ଦେଖାଇ ନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେହି ସମୟରେ କାର୍ଯ୍ୟରେ ଥିବା କର୍ମଚାରୀ ପ୍ରସବ ପାଇଁ ଆସିଥିବା ମହିଳାଙ୍କୁ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳାଙ୍କ ଦୁଇ ଝିଅ ।

ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ପରେ ଘଟଣା ସମ୍ପର୍କରେ ପଚାରି ବୁଝିବାକୁ ବିଜେପି ନେତା ଗୌରୀ ମାଝୀ ମେଡିକାଲରେ ପହଞ୍ଚିଥିଲେ । ଉକ୍ତ ମହିଳା ଏବଂ ଦୁଇ ଝିଅ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ପରେ ADMO କାଁହୁ ଚରଣ ପାତ୍ରଙ୍କୁ ପ୍ରସୂତି ମହିଳାଙ୍କ ନିକଟକୁ ନେଇଥିଲେ । ପରେ ସମସ୍ତ ଘଟଣା ଜଣାଇବା ପରେ ଘଟଣା ସମ୍ପର୍କରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ADMO । ବହୁବାର ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭିଯୋଗ ହୋଇ ଆସୁଥିବା ବେଳେ ଘଟଣା ସମ୍ପର୍କରେ କେହି ମୁହଁ ଖୋଲୁ ନଥିଲେ । ପ୍ରସୂତି ମହିଳାଙ୍କୁ ଏପରି ଦୁର୍ବ୍ୟବହାର କରିବା ଘଟଣା ପ୍ରଥମ କରି ସାମ୍ନାକୁ ଆସିବା ପରେ ବିଭାଗୀୟ ଅଧିକାରୀଙ୍କ ପାରିବାପଣିଆ ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋଟା ଅଙ୍କର ଦରମା ପାଇ ନିରୀହ ଲୋକଙ୍କୁ ଏପରି ଅତ୍ୟାଚାର କରିବା ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.