ETV Bharat / state

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

author img

By

Published : Oct 11, 2022, 12:19 PM IST

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ଦୀର୍ଘ ୪ କିଲୋମିଟର ବୁହାହେରେ ଗର୍ଭବତୀ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ
ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର: ଖରାପ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ(Pregnant Woman Carried On Cot) । ନବରଙ୍ଗପୁର ଜିଲ୍ଲାରୁ ପୁଣିଥରେ ଜନନୀ ଯନ୍ତ୍ରଣାର ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଗର୍ଭବତୀଙ୍କୁ ଦୀର୍ଘ ୪ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ସର୍ଗିପାଣି ଗାଁରେ ଏହି ଅଭାବନୀୟ ଘଟଣା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ସର୍ଗିପାଣି ଗାଁର ନବୀନ ସାନ୍ତାଙ୍କ ପତ୍ନୀ ସସ୍ମିତା ସାନ୍ତାଙ୍କ ସୋମବାର ସକାଳ ୫ଟା ସମୟରେ ପ୍ରସବ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ନେବା ପାଇଁ ପହଞ୍ଚି ନପାରିଥିଲା ଏବଂ ଦୀର୍ଘ ୪ କିଲୋମିଟର ଦୂର ଫୁଲଝରି ନିକଟରେ ଅଟକି ରହିଥିଲା ।

ଏହାମଧ୍ୟ ପଢନ୍ତୁ: ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ

ପରେ ପରିବାର ଏବଂ ଗ୍ରାମବାସୀ ସସ୍ମିତାଙ୍କୁ ଏକ ଖଟିଆ ସାହାଯ୍ୟରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ସେଠାରୁ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସୁସ୍ମିତା ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.