ETV Bharat / state

ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି 6 କିମି ଚାଲିଲେ ଚର୍ଚ୍ଚିତ ଡାବୁଗାଁ ବିଧାୟକ - ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହିଲେ ଡାବୁଗାଁ ବିଧାୟକ

ଗର୍ଭବତୀ ମହିଳାଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ କାନ୍ଧରେ ବୋହି ବୋହି 6 କିମି ଚାଲିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ  । ପରେ ସେ ନିଜ ଗାଡିରେ ପାପଡ଼ାହାଣ୍ଡି ମେଡିକାଲକୁ ନେଇ ଭର୍ତ୍ତି କରାଇ ପ୍ରଶଂସା ସାଉଁଟିଛନ୍ତି ସେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି 6 କିମି ଚାଲିଲେ ଡାବୁଗାଁ ବିଧାୟକ

author img

By

Published : Feb 10, 2020, 3:04 PM IST

ନବରଙ୍ଗପୁର: ପୁଣି ମହାନତା ଦେଖାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଜଣେ ଗର୍ଭବତୀ ମହିଳାଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ କାନ୍ଧରେ ବୋହି ବୋହି 6 କିମି ଚାଲିଲେ ବିଧାୟକ । ପରେ ସେ ଉକ୍ତ ମହିଳାଙ୍କୁ ନିଜ ଗାଡିରେ ବସାଇ ମେଡିକାଲକୁ ନେଇଥିଲେ । ଯେଉଁଥିପାଇଁ ପୁଣି ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସେ ନିଜର ନିଆରା କାର୍ଯ୍ୟଶୈଳୀ ଓ ଜନସେବା ପାଇଁ ସର୍ବଦା ଚର୍ଚ୍ଚାର ପରିଧି ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ପୁଣି ଭଲ କାମ କରିଛନ୍ତି ।

ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି 6 କିମି ଚାଲିଲେ ଡାବୁଗାଁ ବିଧାୟକ

ନିଜ ଭୋଟରଙ୍କ ପ୍ରତି ନେତାଙ୍କ କିଭଳି ଆଚରଣ ରହିବା ଉଚିତ, ନେତା ଓ ଜନତାଙ୍କ ପ୍ରତି କର୍ତ୍ତବ୍ୟର ଏକ ବଳିଷ୍ଠ ଉଦାହରଣ ଦେଖାଇଛନ୍ତି ମନୋହର ରନ୍ଧାରୀ । ନିଜର ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଓ ପାହାଡ ଘେରା କୁସୁମଖୁଣ୍ଟା ଗ୍ରାମକୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ ସେ । ତେବେ ଗ୍ରାମର ମନ ବେହେରାଙ୍କ ସ୍ତ୍ରୀ ଜେମା ବେହେରା ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗ୍ରାମକୁ ଯାଇଥିବା ପାହାଡିଆ ରାସ୍ତା ଖରାପ ଥିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା । ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଜେମାଙ୍କୁ ମେଡିକାଲ ନେବା ଅପରିହାର୍ଯ୍ୟ ହୋଇପଡିଥିଲା ।

ସେପଟେ ଗାଁକୁ ଯାଇଥିବା ବିଧାୟକ ଘଟଣା ବାବଦରେ ଅବଗତ ହେବା ପରେ ସଙ୍ଗେ ସଙ୍ଗେ କାଳବିଳମ୍ବ ନକରି ଅନ୍ୟ ମାନଙ୍କ ସହ ମିଶି ନିଜେ କାନ୍ଧରେ ପାହାଡିଆ ଓ ଜଙ୍ଗଲ ରାସ୍ତାରେ ପ୍ରାୟ ୬ କିଲୋମିଟର ରାସ୍ତାରେ ବୋହି ନିଜ ଗାଡି ପାଖକୁ ଆଣିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ନିଜ ଗାଡ଼ିରେ ପାପଡାହାଣ୍ଡି ମେଡିକାଲକୁ ଆଣିଥିଲେ ଏବଂ ଜେମାଙ୍କ ଚିକିତ୍ସା କରାଇଥିଲେ । ଏହିପରି ଅଞ୍ଚଳର ଲୋକଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ନେତାଙ୍କ ଭିଡ଼ ଜମେ ଏବଂ ଗ୍ରାମର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ ନିର୍ବାଚନ ବୈତରଣୀ ପାର ହେବାପରେ ସବୁ ପ୍ରତିଶୃତି ଭୁଲି ଯାଆନ୍ତି । ହେଲେ ବିଧାୟକ ରନ୍ଧାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ବଧତାକୁ ଭୁଲି ନଥିଲେ ଏବଂ ସେ ନିଜେ ଜନତାଙ୍କ ସେବା କରିବାକୁ ଆଗେଇ ଆସିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଗର୍ଭବତୀ ମହିଳା ଙ୍କୁ କାନ୍ଧ ରେ ବୋହି ନିଜ ଗାଡ଼ିରେ ମେଡିକାଲ କୁ ଆଣିଲେ ବିଧାୟକ
ଫର୍ମାଟ - ଏଭିଓ, ୧୦/୦୨/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------
ଆଙ୍କର - ମହାନତା ଦେଖାଇଲେ ବିଧାୟକ । ନିଜ କାନ୍ଧରେ ଗର୍ଭବତୀ ମହିଳା ଙ୍କୁ କାନ୍ଧରେ ପାହାଡ଼ ଓ ଜଙ୍ଗଲ ରାସ୍ତାରେ ବୋହି ଆଣି ନିଜ ଗାଡି ରେ ମେଡିକାଲ କୁ ଆଣି ପ୍ରଶଂସା ସାଉଁଟିଲେ ବିଧାୟକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିଆରା କାର୍ଯ୍ୟ ଶୈଳୀ ଓ ଜନସେବା ପାଇଁ ସର୍ବଦା ଚର୍ଚ୍ଚାର ପରିଧି ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଜଣେ ଗର୍ଭବତୀ ଙ୍କୁ କାନ୍ଧରେ ବୋହି ନିଜ ଗାଡି ରେ ମେଡିକାଲ କୁ ଆଣି ନିଜ ଭୋଟର ଙ୍କ ପ୍ରତି ନେତାଙ୍କ କିଭଳି ଆଚରଣ ରହିବା ଉଚିତ ଓ ନେତା ଙ୍କ ଜନତା ଙ୍କ ପ୍ରତି କର୍ତ୍ତବ୍ୟ ର ଏକ ବଳିଷ୍ଠ ଉଦାହରଣ ଦେଖାଇଛନ୍ତି । ବିଧାୟକ ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଓ ପାହାଡ ଘେରା କୁସୁମଖୁଣ୍ଟା ଗ୍ରାମ କୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ । ତେବେ ଗ୍ରାମର ମନ ବେହେରା ଙ୍କ ସ୍ତ୍ରୀ ଜେମା ବେହେରା ଙ୍କ ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ ତେବେ ଗ୍ରାମ କୁ ଯାଇଥିବା ପାହାଡିଆ ରାସ୍ତା ଖରାପ ଥିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା । ଗର୍ଭ ଜନିତ ଯନ୍ତ୍ରଣା ରେ ଛଟପଟ ହେଉଥିବା ଜେମା ଙ୍କୁ ମେଡିକାଲ ନେବା ଅପରିହାର୍ଯ୍ୟ ହୋଇପଡିଥିଲା । ଗ୍ରାମକୁ ଯାଇଥିବା ବିଧାୟକ ଙ୍କ ଘଟଣା ବାବଦରେ ଅବଗତ ହେବାପରେ ସଙ୍ଗେ ସଙ୍ଗେ କାଳ ବିଳମ୍ବ ନ କରି ଅନ୍ୟ ମାନଙ୍କ ସହ ମିଶି ନିଜେ କାନ୍ଧ ରେ ପାହାଡିଆ ଓ ଜଙ୍ଗଲ ରାସ୍ତାରେ ପ୍ରାୟ ୬ କିଲୋମିଟର ରାସ୍ତାରେ ବୋହି ନିଜ ଗାଡି ପାଖକୁ ଆଣିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଆମ୍ବୁଲାନ୍ସ କୁ ଅପେକ୍ଷା ନ କରି ନିଜ ଗାଡ଼ିରେ ପାପଡାହାଣ୍ଡି ମେଡିକାଲ କୁ ଆଣି ଥିଲେ । ଏବଂ ଜେମା ଙ୍କ ଚିକିତ୍ସା କରାଇଥିଲେ ।ଏହିପରି ଅଞ୍ଚଳ ର ଲୋକ ଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ନେତାଙ୍କ ଭିଡ଼ ଜମେ ଏବଂ ଗ୍ରାମର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ ନିର୍ବାଚନ ବୈତରଣୀ ପାର ହେବାପରେ ସବୁ ପ୍ରତିଶୃତି ଭୁଲି ଯାନ୍ତି କିନ୍ତୁ ବିଧାୟକ ରନ୍ଧାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ବଧତା କୁ ଭୁଲି ନ ଥିଲେ ଏବଂ ସେ ନିଜେ ଜନତା ଙ୍କ ସେବା କରିବାକୁ ଆଗେଇ ଆସିଥିଲେ ।Body:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.