ETV Bharat / state

ପୋଟଳ ବୋଝେଇ ଗାଡିରୁ ଗଞ୍ଜେଇ ଜବତ

ପିକଅପ ଭ୍ୟାନରୁ ଗଞ୍ଜେଇ ବସ୍ତା ଜବତ । ଚୋରା ଚାଲାଣ ବେଳେ ନବରଙ୍ଗପୁର ପୋଲିସ ଗଞ୍ଜେଇ ଜବତ କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 24, 2019, 7:30 PM IST

ନବରଙ୍ଗପୁର: ପିକଅପ ଭ୍ୟାନରୁ ଗଞ୍ଜେଇ ବସ୍ତା ଜବତ । ଚୋରା ଚାଲାଣ ବେଳେ ନବରଙ୍ଗପୁର ପୋଲିସ ଗଞ୍ଜେଇ ଜବତ କରିଛି । ଏହାସହ ପୋଲିସ ଦୁଇ ଜଣକୁ ଅଟକ ରଖିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ, ପୋଲିସକୁ ଚକମା ଦେବାକୁ ଦୁର୍ବୃତ୍ତମାନେ ଏକ ପୋଟଳ ବୋଝେଇ ପିକଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଯୋଜନା କରିଥିଲେ । ମାତ୍ର ଏନେଇ ପୋଲିସ କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଉକ୍ତ ଗାଡିକୁ ପିଛା କରିବା ସହ ଗଞ୍ଜେଇ ଗାଡିକୁ ଧରିବାରେ ସକ୍ଷମ ହୋଇଛି ।

ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା ସେନେଇ ପୋଲିସ ତଦନ୍ତ କରୁଛି । ଏହାସହ ଅଟକ ଦୁଇ ଜଣଙ୍କୁ ପଚରାଉଚରା ଜାରି ରଖିଥିବାବେଳେ ଏହାକୁ ବର୍ତ୍ତମାନ ସୁଧା ଓଜନ କରାଯାଇନାହିଁ । ଓଜନ କରିବା ପରେ ହିଁ ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଗଞ୍ଜେଇ ଜବତ
ଫର୍ମାଟ - ଏଭିଓ, ୨୪/୦୬/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------
ଆଙ୍କର- ଏକ ପିକଅପ ଭ୍ୟାନ ରୁ ନବରଙ୍ଗପୁର ପୋଲିସ ଦ୍ୱାରା ଚୋରା ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି । ଏହାସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗ ରେ ଦୁଇ ଜଣ ଅଟକ ଅଛନ୍ତି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି । ଏକ ପୋଟଳ ବୋଝେଇ ପିକଅପ ଭ୍ୟାନ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ଏକ ସୂତ୍ରରୁ ଖବର ପାଇ ପୋଲିସ ଗାଡି କୁ ପିଛା କରି ଗଞ୍ଜେଇ ଗାଡି ଧରିବାରେ ସକ୍ଷମ ହୋଇଛି । ଗଞ୍ଜେଇ କେଉଁଠୁ ଆସୁଥିଲା ତାହା ର ତଦନ୍ତ ପୋଲିସ କରୁଛି ଏବଂ ଅଟକ ଦୁଇ ଜଣଙ୍କୁ ପଚରାଉଚରା ଜାରି ରଖିଛି । ଗଞ୍ଜେଇ ଗୁଡିକ ଗାଡି ଭିତରେ ବସ୍ତାରେ ହିଁ ଭରି ରହିଛି । ଏହାକୁ ବର୍ତ୍ତମାନ ସୁଧା ଓଜନ କରାଯାଇନାହିଁ । ଓଜନ କରିବା ପରେ ହିଁ ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.