ନବରଙ୍ଗପୁର: ଆଜି(ଶନିବାର) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି ପୋଲିସ ଡିଜି ଅଭୟ । ଡିଜିଙ୍କ ଦିନିକିଆ ଗସ୍ତରେ ସେ ନବରଙ୍ଗପୁର ଆଦର୍ଶ ଥାନା,ଏସପି ଅଫିସ ବୁଲି ଦେଖିବା ପରେ ପୋଲିସ ଅଧିକାରୀ ମାନଙ୍କ ସହ କୋଭିଡ କଟକଣା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଗୁଡିକର ସ୍ଥିତି ନକ୍ସଲ ପ୍ରଭାବ ଆଦି ଉପରେ ସମୀକ୍ଷା କରିଥିଲେ ।
କୋଭିଡର ଏହି ଜଟିଳ ପରିସ୍ଥିତିରେ ପୋଲିସର କାର୍ଯ୍ୟଶୈଳୀ କିଭଳି ରହିଛି ସେ ବିଷୟରେ ଆଲୋଚନା କରିବା ପରେ ନବରଙ୍ଗପୁର ଜିଲ୍ଲା ପୋଲିସର କାର୍ଯ୍ୟକୁ ନେଇ ନବରଙ୍ଗପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ ।
ନବରଙ୍ଗପୁର ଜିଲ୍ଲା ଏକ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ଜିଲ୍ଲାରେ ନକ୍ସଲଙ୍କ ଏତେଟା ପ୍ରଭାବ ନଥିବା କହିବା ସହିତ ନକ୍ସଲ ମାନଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲା । ଡିଜିଙ୍କ ଏହି ଦିନିକିଆ ଗସ୍ତରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଡିଜିଙ୍କ ସହ ଡ଼ାଇରେକ୍ଟର ଇଣ୍ଟେଲିଜେନ୍ସ, ଆଇଜି ଆଇନ ଶୃଙ୍ଖଳା ସମୀକ୍ଷା ପାଇଁ ଆସିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ