ETV Bharat / state

ଶିକ୍ଷକଙ୍କୁ ହତ୍ୟା ଅଭିଯୋଗରେ କନେଷ୍ଟବଳକୁ ଆଜୀବନ କାରାଦଣ୍ଡ - ପୋଲିସ କନେଷ୍ଟବଲକୁ ଆଜୀବନ କାରାଦଣ୍ଡ ଖବର

ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପୋଲିସ କନେଷ୍ଟବଳଙ୍କୁ ଆଜୀବନ କାରାଦଣ୍ଡାଦେଶ । ନବରଙ୍ଗପୁର ପାତ୍ରମୁଣ୍ଡା ଗାଁର ନିଖୋଜ ଶିକ୍ଷକ ଗଣେଷ କୁମାର ମାଝୀଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଦେଲେ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ତେବେ ୨୦୧୮ ମସିହାରେ ଗଣେଷ ଶିକ୍ଷକତା କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ

ଶିକ୍ଷକୁଙ୍କୁ ହତ୍ୟା ଅଭିଯୋଗ, ପୋଲିସ କନେଷ୍ଟବଲକୁ ଆଜୀବନ କାରାଦଣ୍ଡ

author img

By

Published : Mar 23, 2022, 7:00 PM IST

ନବରଙ୍ଗପୁର: ହତ୍ୟା ଅଭିଯୋଗରେ ଅଭିଯୁକ୍ତ ପୋଲିସ କନେଷ୍ଟବଳଙ୍କୁ ଆଜୀବନ କାରାଦଣ୍ଡାଦେଶ । ନବରଙ୍ଗପୁର ପାତ୍ରମୁଣ୍ଡା ଗାଁର ନିଖୋଜ ଶିକ୍ଷକ ଗଣେଷ କୁମାର ମାଝୀଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଦେଲେ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ତେବେ ୨୦୧୮ ମସିହାରେ ଗଣେଷ ଶିକ୍ଷକତା କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ।

ଶିକ୍ଷକୁଙ୍କୁ ହତ୍ୟା ଅଭିଯୋଗ, ପୋଲିସ କନେଷ୍ଟବଲକୁ ଆଜୀବନ କାରାଦଣ୍ଡ

ଏହା ପରେ ମୃତ ଗଣେଶ ମାଝୀଙ୍କ ଜ୍ୱାଇଁ ଗତ ୧୫/୦୮/୨୦୧୮ ମସିହାରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ପରବର୍ତ୍ତୀ ସମୟରେ ମୃତଦେହକୁ କୁସୁମଝର କେନାଲର କୁଣ୍ଡ ମଧ୍ୟରୁ ଉଦ୍ଧାର କରିଥିଲା ପୋଲିସ । ଏଥିସହ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁ୍କ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା ।

ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ତତ୍କାଳୀନ ପୋଲିସ କନେଷ୍ଟବଲ ପ୍ରଶାନ୍ତ କୁମାର ସାହୁଙ୍କ ସହ ତାଙ୍କ ସହଯୋଗୀ ପଦ୍ମନାଭ ମିଶ୍ରଙ୍କୁ ଗିରଫ କରିଥିଲା । ଏପଟେ କନେଷ୍ଟବଳ ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ସହ ଶିକ୍ଷକ ଗଣେଶ୍ୱର ମାଝୀଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଗଣେଷକୁ ହତ୍ୟା କରାଯାଇଥିଲା । ଏଥିସହ ମାମଲାରେ ଶୁଣାଣି କରି ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ପୋଲିସ କନେଷ୍ଟବଳ ପ୍ରଶାନ୍ତ କୁମାର ସାହୁ ଓ ତାର ସହଯୋଗୀ ପଦ୍ମନାଭ ମିଶ୍ରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ ପାଇଁ ରାୟ ଦେଇଛନ୍ତି ଜିଲ୍ଲା ଦୌରା ଜଜ ସଂଜୀବ କୁମର ଦୁବେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.