ETV Bharat / state

ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ; 4 ଗିରଫ

author img

By

Published : Nov 8, 2020, 10:34 AM IST

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କଲା ନବରଙ୍ଗପୁର ପୋଲିସ । ମଣ୍ଡେଇ ପଡିଆ ଠାରେ ଏକତ୍ରିତ ହୋଇଥିବା 6 ଜଣ ଡକାୟତଙ୍କ ମଧ୍ୟରୁ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ;  4 ଗିରଫ
ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ; 4 ଗିରଫ

ନବରଙ୍ଗପୁର:ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କଲା ନବରଙ୍ଗପୁର ପୋଲିସ । ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ଲୁଟପାତ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ପୋଲିସ ସଜାଗ ହୋଇଉଠିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଣ୍ଡେଇ ପଡିଆ ଠାରେ ଏକତ୍ରିତ ହୋଇଥିବା 6 ଜଣ ଡକାୟତଙ୍କ ମଧ୍ୟରୁ 4 ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ; 4 ଗିରଫ

ଧରା ପଡିଥିବା 4 ଜଣଙ୍କ ମଧ୍ୟରୁ ଜଣଙ୍କର ନାମରେ ଇନ୍ଦ୍ରାବତୀ ଥାନାରେ ମାମଲା ଥିବାବେଳେ ଜଣଙ୍କ ନାମରେ ନବରଙ୍ଗପୁର ଥାନାରେ ମାମଲା ଥିବା ପୋଲିସ ସୂଚନା ଦେଇଛି । ଧରାପଡିଥିବା ଯୁବକ ମାନେ ହେଲେ ଗୋପିନାଥ ମଲିକ, ଗୌତମ ଦାସ, ସୁଶାନ୍ତ ରାଉତ, କାହ୍ନୁଚରଣ ସାହୁ । ଚଢ଼ାଉ ସମୟରେ ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ୍,ଖଣ୍ଡା, ଟାଙ୍ଗିଆ, ଚାରୋଟି ମୋବାଇଲ, କାଠ ଠେଙ୍ଗା , ଗୋଟିଏ ଏୟାର ପିସ୍ତଲ ଓ ଦୁଇଟି ଗାଡି ମଧ୍ୟ ଜବତ ହୋଇଥିବା ନବରଙ୍ଗପୁର ପୋଲିସ ତରଫରୁ ସୂଚନା ମିଳିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଦୁଇ ଜଣଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ପୂଜା ସମୟରେ ଓ ପୂଜା ପରବର୍ତ୍ତୀ ସମୟରେ ଯେଭଳି କୌଣସି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ନ ପାଏ ସେଥିପାଇଁ ପେଟ୍ରୋଲିଂକୁ କଡାକଡି କରି ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖୁଛି ପୋଲିସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.