ETV Bharat / state

ମାନିଲେନି କଟକଣା, ବାଲିଯାତ୍ରା ଆୟୋଜନ କରି ଗଣିଲେ 10 ହଜାର - ଭିଡିଓ ଉତ୍ତୋଳନ

କଟକଣାକୁ ଫୁ' । ପ୍ରଶାସନର କୋଭିଡ କଟକଣା ସତ୍ତ୍ବେ ଲୋକେ ପାଳିଲେ ଗଣପର୍ବ । ଅଧିକ ପଢନ୍ତୁ...

କୋଭିଡ କଟକଣାକୁ ଫୁ', ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

author img

By

Published : Jun 4, 2021, 5:09 PM IST

ନବରଙ୍ଗପୁର: ସରକାରଙ୍କ କୋଭିଡ୍ କଟକଣା ସତ୍ତ୍ବେ ନବରଙ୍ଗପୁରରେ ପାଳନ ହେଲା ଗଣପର୍ବ ବାଲିଯାତ୍ରା । ଯାତ୍ରାରେ ଭାଗ ନେଲେ ହଜାର ହଜାର ଲୋକ । ନାଚଗୀତରେ ମତୁଆଲା ହେଲେ ଭକ୍ତ । ଭୟାବହ କୋରୋନା ସ୍ଥିତିରେ ଏଭଳି ପର୍ବ ପାଳନ ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତ କୋରୋନା କଟକଣାକୁ ଅଣଦେଖା କରି ନାଚଗୀତରେ ମାତିଲେ ଗ୍ରାମବାସୀ ।

କୋଭିଡ କଟକଣାକୁ ଫୁ', ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ଏହି ଘଟଣାର କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗାଁରେ । ଗତ ବୁଧବାର ଦିନ କର୍ଚ୍ଚାମାଳ ଗାଁରେ ଅନୁଷ୍ଠିତ ବାଲିଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇଥିଲେ ।

ପାରମ୍ପରିକ ନାଚଗୀତରେ ମସଗୁଲ ଥିଲେ ଗ୍ରାମବାସୀ । କୌଣସି ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ନଥିଲା । ସରକାରଙ୍କ ନିର୍ଦ୍ଦେଶକୁ ଏକପ୍ରକାର ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ନିୟମ ଉଲ୍ଲଙ୍ଘନ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଗୁରୁବାର ରାତିରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ, କୋଡ଼ିଙ୍ଗା ଥାନାଧିକାରୀ ସରିତା ମହାପାତ୍ର କର୍ଚ୍ଚାମାଳ ଗାଁରେ ପହଞ୍ଚି ନିୟମ ଉଲ୍ଲଂଘନ କରୁଥିବା ଯାତ୍ରା କମିଟି ଠାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

ସେହିପରି ମୋକଦ୍ଦମା କରାଯିବା ନେଇ ସୂଚନା ମିଳିଛି । କୋଡ଼ିଙ୍ଗାରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଖବର ନ ପାଇବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.