ନବରଙ୍ଗପୁର: କୋରୋନା ଭାଇରସ କବଳରୁ ବର୍ତ୍ତିବା ପାଇଁ ସଚେତନତାର ଶପଥ ପାଠ । ଭତ୍ତା ବଣ୍ଟନ ବେଳେ ଗ୍ରାମବାସୀଙ୍କୁ ଶପଥପାଠ କରାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ନବରଙ୍ଗପୁର ଜିଲ୍ଲାର ବୋରିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁତି ସାମନ୍ତରାୟଙ୍କ ଏହି ନିଆରା ପ୍ରୟାସକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ନବରଙ୍ଗପୁର ଜିଲ୍ଲବାସୀ । ଶପଥପାଠ ସମୟର ଏହି ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି ।
ମହାମାରୀ କୋରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କୋରୋନା କବଳରୁ ରକ୍ଷାପାଇବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ତେବେ ଲକ୍ଡାଉନ୍ ସହ ସମସ୍ତ ଜରୁରୀକାଳିନ ସେବା ଓ ଚାରି ମାସର ଆଗୁଆ ମାସିକ ଭତ୍ତା ବଣ୍ଟନ ପାଇଁ ସରକାର ଘୋଷଣା କରିଥିଲେ ।
ସରକାରଙ୍କ ନିର୍ଦ୍ଦେଶକୁ ମୁତାବକ ଗାଁକୁ ଭତ୍ତା ବାଣ୍ଟିବାକୁ ଯାଇ ନିର୍ବାହୀ ଅଧିକାରୀ କୋରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନତାର ଶପଥପାଠ ମଧ୍ୟ କରାଇଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ