ETV Bharat / state

ମଣ୍ଡିରେ ପଡି ରହିଛି ଧାନ ବସ୍ତା, ଶୀତ କାକରରେ ଜଗିଛନ୍ତି ଚାଷୀ

author img

By ETV Bharat Odisha Team

Published : Jan 8, 2024, 3:15 PM IST

Paddy Procurement Irregularities: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ମିଲ୍ ମାଲିକଙ୍କ ଅସହଯୋଗ ଯୋଗୁଁ ହିନସ୍ତା ଭୋଗୁଛନ୍ତି ଚାଷୀ । ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ । ଅଧିକ ପଢନ୍ତୁ

Paddy Procurement Irregularities
Paddy Procurement Irregularities

Paddy Procurement Irregularities

ନବରଙ୍ଗପୁର: ଜିଲ୍ଲାରେ ମଣ୍ଡି ଖୋଲିବାକୁ 25 ଦିନ ବିତିଗଲାଣି। ହେଲେ ମଣ୍ଡିରେ ପଡି ରହିଛି ଶହ ଶହ ଧାନ ବସ୍ତା । ଫଳରେ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଧାନ ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ । ଧାନ ନିମ୍ନମାନର କହି ମିଲର ଧାନ ନେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ଭାଇ ।

ସୂଚନା ମୁତାବକ, ମଣ୍ଡି ଖୋଲିବାର ୨୫ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଜିଲ୍ଲାରେ ମାତ୍ର ୮୧୮୨ ଜଣ ଚାଷୀଙ୍କଠାରୁ ୩ ଲକ୍ଷ ୬୦ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ୮୨ ହଜାର କୁଇଣ୍ଟାଲ ଧାନ କିଣା ପାଇଁ ଟାର୍ଗେଟ ଆସିଥିବା ବେଳେ ପ୍ରଥମ ଟାର୍ଗେଟ ସରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଟାର୍ଗେଟ ଆସିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ହେଲେ ଜିଲ୍ଲାରେ ଚାଷୀଙ୍କୁ ଟୋକନ ଆସିବା ପରେ ହଜାର ହଜାର ବସ୍ତା ଧାନ ନେଇ ମଣ୍ଡିକୁ ଆସିଥିଲେ । କିନ୍ତୁ ସେଠାରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଲ୍ୟାମ୍ପସର କର୍ମଚାରୀ ଆସି ମଣ୍ଡିରେ ପଡ଼ିଥିବା ଧାନର ଏକ ତାଲିକା କରିଦେଲେ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପ୍ରକ୍ରିୟା କରାଗଲା ନାହିଁ । ଆରଏମସି କର୍ମଚାରୀ କେବଳ ପିଇବା ପାଣି ଓ ନିକିତି ଆଣି ରଖିଦେଲେ ।

ଏହା ମଧ୍ୟ ପଢନ୍ତୁ - ମଣ୍ଡିରୁ ଉଠୁନି ଧାନ, ରାତି ଉଜାଗର ରହି ଜଗିଛନ୍ତି ଚାଷୀ

ତେବେ ଚାଷୀମାନଙ୍କ ଧାନ କିଏ ଉଠାଇବ ସେନେଇ କେହି ହେଲେ ବି ସୂଚନା ଦେଲେ ନାହିଁ । ଫଳରେ ଶୀତ କାକରରେ ମଣ୍ଡିରେ ରାତି କଟାଉଛନ୍ତି ଚାଷୀ । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମଣ୍ଡି ଖୋଲିବା ପରେ ମିଲର୍ ମଣ୍ଡିରୁ ୨/୩ କିଲୋ କଟନୀରେ ଧାନ ଉଠାଇଥିଲେ କିନ୍ତୁ ପରେ ଧାନ ନିମ୍ନମାନର କହି ୧୦ କିଲୋ ପର୍ଯ୍ୟନ୍ତ କାଟିବାକୁ କହିଥିଲେ । ଏନେଇ ଚାଷୀ ବିରୋଧ କରିବାରୁ ଗତ ୧୧ ଦିନ ହେଲା ଆଉ ମିଲର ଧାନ ଉଠାଉ ନାହାନ୍ତି ଯାହା ଫଳରେ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୧୪୦୦୦ କୁଇଣ୍ଟାଲ ଧାନ ପଡ଼ି ରହିଛି । ଫଳରେ ଚାଷୀକୂଳ ଧାନ ବିକ୍ରୟ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ହେଲା ଏଭଳି ସମସ୍ୟା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଦେଖାଦେଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡିରୁ ଧାନ ଉଠାଣ ଦିଗରେ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଗଲେ ଚାଷୀକୁଳ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.