ନବରରଙ୍ଗପୁର: ଜିଲ୍ଲାରେ ପିଆଜ ଦର ଆକାଶ ଛୁଆଁ । ପିଆଜ କଲୋ ପିଛା ୫୦ ଟଙ୍କାରୁ ୫୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ବେପାରୀ । ସେଭଳି ଗ୍ରାମାଞ୍ଚଳରେ ପିଆଜ ଦର ୬୦ ଟଙ୍କାରୁ ଊର୍ଦ୍ଧ୍ବ ଦରରେ ବିକ୍ରି ହେଉଛି । ଏଭଳି ଦର ବୃଦ୍ଧି ପାଇବା ପରେ ଖାଉଟି ପିଆଜ 1 କିଲୋ ନେବା ପରିବର୍ତ୍ତେ ଅଧାକିଲୋ ନେଉଛନ୍ତି ।
ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଥିବାବେଳେ ଦର ନିୟନ୍ତ୍ରଣ ପାଇଁ ଖାଉଟି ଯୋଗାଣ ବିଭାଗ ଅଣ୍ଟା ଭିଡ଼ିଛି । ସୋମବାର ଏସିସିଓ ଦୁର୍ଗା ପ୍ରସାଦ ମାଝୀ, ମନୋଜ କୁମାର ଦାସ, ଯୋଗଣ ନିରୀକ୍ଷକ ରାଜେଶ କୁମାର ଶବର, ନବରରଙ୍ଗପୁର ସହରରେ ଥିବା ୭ଟି ପିଆଜ ହୋଲସେଲ ଦୋକାନକୁ ଯାଇ ପିଆଜଦର ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ ।
ସେହିପରି ଖୁଚୁରା ବ୍ୟବସାୟୀମାନେ ଯେଉଁଭଳି ଖାଉଟିଙ୍କୁ ପିଆଜ କିଲୋ ୪୮ ଟଙ୍କାରେ ବିକ୍ରି କରିବେ, ସେ ନେଇ ତାଗିଦ ମଧ୍ୟ କରାଯାଇଥିଲା । ଅନ୍ୟପଟେ ପିଆଜ ଦର ବୃଦ୍ଧି ପାଇଥିବାରୁ ଯୋଗାଣ ବିଭାଗ ପକ୍ଷରୁ ସୁଲଭ ଦରରେ ପିଆଜ ଯୋଗାଇଦେବା ପାଇଁ ଖାଉଟିମାନେ ଅନୁରୋଧ କରିଛନ୍ତି ।
ନବରରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ