ETV Bharat / state

ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ବିୟୋଗ, ସାର୍‌ଙ୍କ ପୁରୁଣା ଭିଡିଓ ଦେଖି ପିଲାଙ୍କ ଆଖି ଛଳଛଳ

author img

By ETV Bharat Odisha Team

Published : Sep 29, 2023, 6:44 AM IST

ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିକ୍ଷକଙ୍କ ଝୁରୁଛି ବିଦ୍ୟାଳୟ । ତେବେ ମୃତ ଶିକ୍ଷକଙ୍କ ଶିକ୍ଷାଦାନ ସମୟର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମମ୍ତଙ୍କୁ ବ୍ୟଥିତ କରିଛି । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଖେଳ ଶିକ୍ଷକଙ୍କ ବିୟୋଗ, ଶୋକରେ ବୁଡିଲା ବିଦ୍ୟାଳୟ

ନବରଙ୍ଗପୁର: ଦୁର୍ଘଟଣାରେ ଚାଲିଗଲେ ଶିକ୍ଷକ ରହିଗଲା ଖେଳ ଶିକ୍ଷକଙ୍କ ଶିକ୍ଷାଦାନ ସମୟର ସ୍ମୃତି । ପୁରୁଣା ଭିଡିଓକୁ ଦେଖି ଦିବଙ୍ଗତ ଶିକ୍ଷକଙ୍କୁ ଝୁରୁଛନ୍ତି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ । ଆଖିରେ ଲୁହ ଛାତିରେ କୋହ ସବୁରି ମୁହଁରେ ନୀରବତା । ଗତକାଲି ଚନ୍ଦାହାଣ୍ଡି ଘାଟିରେ ଘଟିଥିବା ସ୍କୁଲ ବସ୍ ଦୁର୍ଘଟଣାରେ ଶିକ୍ଷକଙ୍କ ଜୀବନ ଯାଇଥିବାବେଳେ 40ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହାତ ହୋଇଥିଲେ । ଗତକାଲି ଯାଏଁ ଯେଉଁ ସ୍କୁଲ୍‌ ଶିକ୍ଷକଙ୍କ ଖେଳ ଆସନ ପ୍ରାଣାୟମ ଶିକ୍ଷାଦାନରେ ସ୍କୁଲ୍‌ ପରିବେଶ ଚଳଚଞ୍ଚଳ ହୋଇପଡୁଥିଲା ଆଜି ତାଙ୍କ ଫୋଟକୁ ଚାହିଁ ସ୍ମୃତିଚାରଣ କରୁଛନ୍ତି ପିଲାଏ ।

ଦିବଙ୍ଗତ କ୍ରୀଡ଼ା ଶିକ୍ଷକଙ୍କ ଶିକ୍ଷାଦାନ ସମୟର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି । ଖେଳ କୁଦରେ ଫାଟି ପଡ଼ୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ପରିବେଶ ବର୍ତ୍ତମାନ ସ୍ତବ୍ଧ ହୋଇଯାଇଛି । । ଉମରକୋଟ ଆଦର୍ଶ ବିଦ୍ୟାଳୟର ଚନ୍ଦାହାଣ୍ଡି ଠାରେ ଏକ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଉଥିବା ବେଳେ ଘାଟିରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସଟି ଓଲଟି ପଡ଼ିଥିଲା । ଫଳରେ ଅକାଳରେ ଚାଲିଗଲା କ୍ରୀଡ଼ା ଶିକ୍ଷକ ପ୍ରଭାସ ଜେନାଙ୍କ ଜୀବନ ।

ଏହା ମଧ୍ୟ ପଢନ୍ତୁ...ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା କାର ବୋଝୋଇ କଣ୍ଟେନର, ଭାଙ୍ଗିଲା ରେଳ ବ୍ୟାରିକେଡ

ଗତକାଲି ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ପଡ଼ିଥିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଘରୋଇ ବସ୍ । ବସଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା । ଫଳରେ 40ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । ଏହି ବସ୍‌ରେ ଉମରକୋଟ ବ୍ଲକର ବଡ଼ଭରଣ୍ଡି, ଭାମିନି ଓ ନୟକଗୁଡ଼ା ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ ।

ଏହି ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ରହିଥିଲେ । 35 ଜଣ ବସି ପାରୁଥିବା ବସ୍‌ରେ 58 ଜଣ ଛାତ୍ରଛାତ୍ରୀଙ୍କ ସହ 5 ଜଣ କ୍ରୀଡ଼ା ଶିକ୍ଷକ ରହିଥିଲେ । ତା ସହିତ ଘାଟି ରାସ୍ତାରେ ବସ୍‌ଟିର ବେଗ ରହିଥିଲା । ବ୍ରେକ୍‌ ଫେଲ୍‌ ହେବାପରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଫଳରେ 40 ଜଣ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । 5 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.