ETV Bharat / state

କେନ୍ଦୁପତ୍ର ତୋଳିଲାବେଳେ ଅଘଟଣ; ବଜ୍ରପାତ ନେଲା ଜୀବନ

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ । ଅଧିକ ପଢନ୍ତୁ...

ବଜ୍ରପାତରେ ଜଣେ ମୃତ
ବଜ୍ରପାତରେ ଜଣେ ମୃତ
author img

By

Published : Apr 20, 2021, 9:00 AM IST

ନବରଙ୍ଗପୁର: ବଜ୍ରପାତ ନେଲା ଜୀବନ । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମର କେଶବ ପାତ୍ର ।

ବଜ୍ରପାତରେ ଜଣେ ମୃତ

ସୂଚନାଅନୁସାରେ, ସବୁ ଦିନ ପରି କେଶବ କେନ୍ଦୁପତ୍ର ତୋଳି ସାରିବା ଡିପୋକୁ ବିକ୍ରି କରିବାକୁ ନେଇଥିଲେ । ଏହି ସମୟରେ ବର୍ଷା ପବନ ସହ ପ୍ରବଳ ମାତ୍ରାରେ ବିଜୁଳି ମାଡ଼ ଆରମ୍ଭ ହୋଇଥିଲା । କେନ୍ଦୁପତ୍ର ବିକ୍ରି କରିବାକୁ ଆସିଥୁବା କେଶବ ଆଶ୍ରୟ ନେଇଥିବା ସମୟରେ ତାଙ୍କ ଉପରେ ବଜ୍ରଘାତ ହୋଇଥିଲା । ସେହି ସ୍ଥାନରେ ହିଁ ଟଳି ପଡିଥିଲେ କେଶବ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ କେଶବଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ କହିଛନ୍ତି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । କେଶବଙ୍କ ପତ୍ନୀଙ୍କ ସମେତ ଚାରିଜଣ ଛୋଟ ଛୋଟ ସନ୍ତାନ ଅଛନ୍ତି । ସ୍ବାମୀଙ୍କ ବିୟୋଗରେ ପତ୍ନୀ ସେବତୀ ଦୁଃଖରେ ଭାଙ୍ଗି ପଡିଛନ୍ତି । କେଶବଙ୍କ ରୋଜଗାରରେ ପରିବାର ଚଳୁଥିଲା । ତାଙ୍କ ମୃତ୍ୟୁ ପରେ ପରିବାର କିପରି ଚାଲିବ ସେ ନେଇ ଚିନ୍ତାରେ ସେବତୀ । ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ତୁରନ୍ତ ମୃତ କେଶବଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ନିବେଦନ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.