ETV Bharat / state

ପରିଣତ ବୟସରେ ମାଆକୁ ପର କଲେ ପୁଅଝିଅ, ଗଛ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ - ଗଛ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକରେ ଜଣେ ବୃଦ୍ଧା ଦୀର୍ଘ ଦିନ ହେବ ଗଛ ତଳେ ଦିନ କାଟୁଛନ୍ତି । ଅଧିକ ପଢନ୍ତୁ

ସ
ଗଛ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ
author img

By

Published : Apr 23, 2023, 4:35 PM IST

ନବରଙ୍ଗପୁର: ବୟସ 70 ଟପିଲାଣି । ବନ୍ଧୁ ପରିଜନ ପୁଅ ଝିଅ ସମସ୍ତେ ଅଛନ୍ତି ହେଲେ ସାହାରା ପାଲଟିଛି ଶାଳ ବଣ । ଖରା ବର୍ଷା ଶୀତ ସେଇ ଶାଳ ବଣରେ ହିଁ ଦିନ କଟୁଛି । ମୁଣ୍ଡକୁ ଛାତ ହୋଇଛି ଜରି ପାଲ । ରାସ୍ତା କଡ଼ରେ କାଜୁ ଗଛ ତଳେ ପଲିଥିନ କୁଡ଼ିଆରେ ବିତୁଛି ମଣି ଭତ୍ରା ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକରେ ଏମିତି ଗଛ ତଳେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି ମଣି ଭତ୍ରା । ତାଙ୍କୁ କେହି କେହି ମାନସିକ ବିକାରଗ୍ରସ୍ତ ମଧ୍ୟ କହୁଛନ୍ତି ।

ରାସ୍ତା କଡ଼ରେ କାଜୁ ଗଛ ତଳେ ପଲିଥିନ କୁଡ଼ିଆରେ ବିତୁଛି ବୃଦ୍ଧା ମଣି ଭତ୍ରା ଜୀବନ । ରାତିରେ ଜଙ୍ଗଲୀ ଜନ୍ତୁଙ୍କ ଦୌରାମ୍ୟକୁ ଡର ନାହିଁ । ଗଠ ତଳେ ପଲିଥିନ ଘରେ ଦିନ କାଟୁଛନ୍ତି ମଣି ଭତ୍ରା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଛକରେ ରହି ଆସୁଛନ୍ତି ବୃଦ୍ଧା ଜଣକ । ସକାଳ ହେଲେ ଏହି ରାସ୍ତା ଦେଇ ହଜାରହଜାର ଗାଡ଼ି ମୋଟର ଯିବା ଆସିବା କରେ ଆଉ ଏହି ରାସ୍ତା କଡ଼ରେ ଜରି ବସ୍ତା ଟାଙ୍ଗୀ ଏକ କାଜୁ ଗଛ ତଳେ ଆଶ୍ରା ନେଇଛନ୍ତି ଜଣେ 70 ବର୍ଷୀୟା ବୃଦ୍ଧା । ପାଖରେ ଜଙ୍ଗଲ ହେଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ଟିକିଏ ହେଲେ ନାହିଁ ।

ବୃଦ୍ଧା ଅଭିଯୋଗ କରିଛନ୍ତି ଯେ, ତାଙ୍କର ରାସନ କାର୍ଡ ସହ ଅନ୍ୟାନ୍ୟ ଜିନିଷ ସବୁ ଚୋରି ହୋଇଯାଇଛି । ଜଙ୍ଗଲ ଶାଳ ପତ୍ର ଓ ଦାନ୍ତକାଠି ଆଣି ବିକ୍ରି କରି ସେ ପେଟକୁ ଦାନା ଯୋଗାଡ କରୁଛନ୍ତି । ଆଉ ଏ ପରିଣତ ବୟସରେ ତା ପାଖରେ ନିଜର ବୋଲି କେହି ନାହାନ୍ତି । ସରକାରଙ୍କ ତରଫରୁ ଘର ଖଣ୍ଡିଏ ଆସିଥିଲା ହେଲେ ସେ ଘର କାହାକୁ ଦେଇ ଦିଆଗଲା ସେ କଥା ସେ ଜାଣି ନାହାନ୍ତି । ଏ ନେଇ ଖୁଣ୍ଟିଆ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ ଆମ ପ୍ରତିନିଧି । ସେମାନଙ୍କ କହିବା ମୁତାବକ ଏହି ବୃଦ୍ଧା ଜଣକ ଖୁଣ୍ଟିଆ ଗ୍ରାମର ଝିଅ ହେଲେ ବଡ଼ ମସିଗାଁରେ ବାହା ହୋଉଛନ୍ତି । ସେ ମାନସିକ ବିକାରଗ୍ରସ୍ତ ତାଙ୍କ ମୁଣ୍ଡ କୁଆଡେ ଠିକ ସେ କାମ କରୁନାହିଁ । ଗାଁ ଲୋକେ ବାରମ୍ବାର ତାକୁ ଯାଇ କହିଲେ ଯେ ଗାଁ ଭିତରେ ରହିବାକୁ କିନ୍ତୁ ବୃଦ୍ଧା ଜଣକ ଶୁଣିବାକୁ ନାରାଜ । ସ୍ବାମୀ ଆରପାରିକୁ ଚାଲିଯିବା ପରେ ପୁଅ ଝିଅ କେହି ଖବର ରଖୁ ନାହାନ୍ତି ବୃଦ୍ଧା ମାଆର ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.