ETV Bharat / state

ବିବାହ ଭୋଜିରେ ବାସି ଖାଦ୍ୟ ଖାଇ ବୃଦ୍ଧା ମୃତ, 15 ଅସୁସ୍ଥ - Old man killed, 15 sick after eating stale food

ବିବାହ ଭୋଜିରେ ବାସି ମାଛ ଓ ଚିକେନ ତରକାରୀ ଖାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଆକ୍ରାନ୍ତ 15ଜଣଙ୍କ ମଧ୍ୟରେ 13 ଜଣ ଶିଶୁ ଅଛନ୍ତି । ଅଧିକ ପଢନ୍ତୁ...

Old man killed, 15 sick after eating stale food
ବିବାହ ଭୋଜିରେ ବାସି ଖାଦ୍ୟ ଖାଇ ବୃଦ୍ଧା ମୃତ, 15 ଅସୁସ୍ଥ
author img

By

Published : Mar 17, 2020, 12:02 AM IST

ନବରଙ୍ଗପୁର: ବିବାହ ଭୋଜିରେ ବାସି ମାଛ ଓ ଚିକେନ ତରକାରୀ ଖାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଚିକିଲି ଗ୍ରାମରେ । ମୃତ ବୃଦ୍ଧା ହେଲେ 60 ବର୍ଷୀୟ ବୁଦାଇ ହରିଜନ । ସେହିପରି ଆକ୍ରାନ୍ତ 15 ଜଣଙ୍କ ମଧ୍ୟରେ 13 ଜଣ ଶିଶୁ ଅଛନ୍ତି ।

ବିବାହ ଭୋଜିରେ ବାସି ଖାଦ୍ୟ ଖାଇ ବୃଦ୍ଧା ମୃତ, 15 ଅସୁସ୍ଥ

ସୂଚନାନୁଯାୟୀ ଚିକିଲି ଗ୍ରାମରେ ଗତ ଏକ ସପ୍ତାହ ହେଲା ବାହାଘର ଯାତ୍ରା ଉତ୍ସବ ଲାଗି ରହିଛି । ଗତ ଶନିବାର ଦିନ ଗ୍ରାମରେ ଜଣକ ବାହାଘର ଅନୁଷ୍ଠିତ ହୋଇଥିଲା । ସେଦିନ ରାତିରେ ବଳକା ଥିବା ବାସି ଖାଦ୍ୟ ଗ୍ରାମ ଲୋକେ ରବିବାର ଖାଇଥିଲେ । ବିଶେଷ କରି ବାସି ମାଛ ଓ ଚିକେନ୍ ମାଂସ ଖାଇବାରୁ ସେମାନଙ୍କ ଖାଦ୍ୟ ବିଷକ୍ରିୟା ହୋଇ ରବିବାର ରାତିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଘଟଣାରେ ରବିବାର ରାତିରେ ଇନ୍ଦ୍ର ଗୌଡ଼ ଓ ଚୈତନ୍ୟ ଭାତରାଙ୍କୁ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଚୈତନ୍ୟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେପଟେ ସୋମବାର ଭୋର 5ଟାରେ ଗ୍ରାମର ବୁଦାଇ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକ ପରେ ଜଣଙ୍କ ଖାଦ୍ୟରେ ବିଷକ୍ରିୟା ଘଟି ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଥିଲେ । ଖବର ପାଇ ଡାବୁଗାଁରୁ ଏକ ଡାକ୍ତରୀ ଦଳ ଚିକିଲି ଗ୍ରାମରେ ପହଞ୍ଚି ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.