ETV Bharat / state

ନବରଙ୍ଗପୁରରେ ମାତିଲେ ଭାଲୁ, ଆକ୍ରମଣରେ ବୃଦ୍ଧ ଗୁରୁତର - ନବରଙ୍ଗପୁରରେ ଭାଲୁ ଆତଙ୍କ

ପୁଣି ନବରଙ୍ଗପୁରରେ ମାତିଲେ ଭାଲୁ । ଭାଲୁ ଆକ୍ରମଣରେ ଜଣେ 62 ବର୍ଷୀୟ ବୃଦ୍ଧ ଗୁରୁତର । ଅଧିକ ପଢନ୍ତୁ

ନବରଙ୍ଗପୁରରେ ମାତିଲେ ଭାଲୁ, ଆକ୍ରମଣରେ ବୃଦ୍ଧ ଗୁରୁତର

author img

By

Published : Jun 17, 2022, 4:47 PM IST

ନବରଙ୍ଗପୁର: ପୁଣି ନବରଙ୍ଗପୁରରେ ମାତିଲେ ଭାଲୁ । ଭାଲୁ ଆକ୍ରମଣରେ ଜଣେ 62 ବର୍ଷୀୟ ବୃଦ୍ଧ ଗୁରୁତର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୋପିଗୁଡା ଗ୍ରାମରେ । ଗୋପିଗୁଡା ଗ୍ରାମର ଲଚ୍ଛା ଭତ୍ରା ଓ ଅନ୍ୟ ମାନେ ଗାଇ ଚରାଇବା ନିମନ୍ତେ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହଠାତ ଲଚ୍ଛା ଭତରାଙ୍କୁ ଗୋଟିଏ ଭାଲୁ ଆକ୍ରମଣ କରିଥିଲା ।

ନବରଙ୍ଗପୁରରେ ମାତିଲେ ଭାଲୁ, ଆକ୍ରମଣରେ ବୃଦ୍ଧ ଗୁରୁତର

ତେବେ ସାଙ୍ଗରେ ଯାଇଥିବା ଲୋକମାନେ ହୋହଲ୍ଲା କରି ଭାଲୁଟିକୁ ଘଉଡାଇବା ପରେ ବୃଦ୍ଧଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ବୃଦ୍ଧ ଜଣକ ସୁସ୍ଥ ରହିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.