ETV Bharat / state

ବିଭିନ୍ନ ଦାବି ନେଇ ଓଡିଶା ଆଦିବାସୀ ମଞ୍ଚର ବିକ୍ଷୋଭ - ଓଡିଶା ଆଦିବାସୀ ଅଧିକାର ମଞ୍ଚ

ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଓ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି ଓଡିଶା ଆଦିବାସୀ ଅଧିକାର ମଞ୍ଚ । 12 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 23, 2019, 9:12 PM IST

ନବରଙ୍ଗପୁର: 12 ଦଫା ଦାବି ନେଇ ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ତେବେ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଓ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି ।

ଦାବି ଗୁଡିକ ହେଲା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ ନିୟମ ଅନୁଯାୟୀ ଯଥାଶୀଘ୍ର ପାରମ୍ପରିକ ବନବାସୀମାନଙ୍କ ଦଖଲ ଜଙ୍ଗଲ ଜମିକୁ ସର୍ଭେ କରାଯାଇ ବଣ୍ଟନ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଯେଉଁ ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା କମ ପରିମାଣରେ ଦିଆଯାଇଛି ଗ୍ରାମସଭାରେ ତାହାର ପୁନଃ ତଦନ୍ତ କରି ସେମାନଙ୍କୁ ଦଖଲ ଅନୁଯାୟୀ ଜଙ୍ଗଲ ଜମିର ପଟ୍ଟା ଦିଆଯାଉ। ଜିଲ୍ଲା ମଧ୍ୟରେ ପେଶା ଆଇନ ଓ ଜଙ୍ଗଲ ଆଇନକୁ କଡାକଡି ଭାବେ ପାଳନ କରାଯାଉ । ଏଭଳି ୧୨ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଏକ ମାସ ମଧ୍ୟରେ ଦାବି ଗୁଡିକୁ ପୁରଣ କରିବା ପାଇଁ ଅନୁରୋଧ କରାଯାଇଛି । ନଚେତ ଦାବି ହାସଲ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ ।

ସେଭଳି ଓଡ଼ିଶା କୃଷକ ସଭା ଓ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ସୁପ୍ରିମକୋର୍ଟଙ୍କ ଜଙ୍ଗଲ ଅଧିକାର ଆଇନ ବିରୋଧରେ ନିଷ୍ପତ୍ତିକୁ ରଦ୍ଦ କରାଯିବା । ଭାରତୀୟ ଜଙ୍ଗଲ ଆଇନ ୧୯୨୭ କୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଂଶୋଧନ ବିଲକୁ ପ୍ରତ୍ୟାହାର କରାଯାଇଛି । ଏପରିକି ଉତ୍ତରପ୍ରଦେଶ ଉମ୍ଭା ଠାରେ ଆଦିବାସୀ ଗଣହତ୍ୟାର ଦୋଷୀ ମାନଙ୍କୁ କୋଠର ଦଣ୍ଡ ପ୍ରଦାନ ପାଇଁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

5

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.