ETV Bharat / state

ଉପ ଜିଲ୍ଲାପାଳଙ୍କ ଐତିହାସିକ ରାୟ, ବିଧବା ବୃଦ୍ଧାଙ୍କୁ ଦେଲେ ବଞ୍ଚିବାର ଅଧିକାର

ନବରଙ୍ଗପୁର ଉପ ଜିଲ୍ଲାପାଳ ଶୁଣାଇଲେ ଐତିହାସିକ ରାୟ । ବରିଷ୍ଠ ନାଗରିକ ଆଇନ-୨୦୦୭ ଅନୁସାରେ, ଜଣେ ବୃଦ୍ଧା ବିଧବା ମହିଳାଙ୍କୁ ଦେଲେ ସମ୍ମାନର ସହ ବଞ୍ଚିବାର ଅଧିକାର । ଅଧିକ ପଢନ୍ତୁ

ଉପ ଜିଲ୍ଲାପାଳଙ୍କ ଐତିହାସିକ ରାୟ, ବିଧବା ବୃଦ୍ଧାଙ୍କୁ ଦେଲେ ବଞ୍ଚିବାର ଅଧିକାର
ଉପ ଜିଲ୍ଲାପାଳଙ୍କ ଐତିହାସିକ ରାୟ, ବିଧବା ବୃଦ୍ଧାଙ୍କୁ ଦେଲେ ବଞ୍ଚିବାର ଅଧିକାର
author img

By

Published : Jun 19, 2022, 10:48 PM IST

ନବରଙ୍ଗପୁର: ନବରଙ୍ଗପୁର ଉପ ଜିଲ୍ଲାପାଳ ଶୁଣାଇଲେ ଐତିହାସିକ ରାୟ । ନବରଙ୍ଗପୁର ଜିଲ୍ଲା ପାଇଁ ଏହା ପ୍ରଥମ ଘଟଣା । ବରିଷ୍ଠ ନାଗରିକ ଆଇନ-୨୦୦୭ ଅନୁସାରେ, ଜଣେ ବୃଦ୍ଧା ବିଧବାଙ୍କୁ ଦେଲେ ସମ୍ମାନର ସହ ବଞ୍ଚିବାର ଅଧିକାର । ଘଟଣା ଅନୁସାରେ,ନବରଙ୍ଗପୁର ସହରର ୧ ନମ୍ବର ୱାର୍ଡ ସ୍ଥିତ ଚାଉଁରିଆଗୁଡାରେ ରହୁଥିବା ଦୟାମଣି ହରିଜନ ତାଙ୍କ ନାଁରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ତିଆରି କରିବାକୁ ତାଙ୍କ ଭାଇ, ଭାଉଜ ଓ ସେମାନଙ୍କ ପୁଅ ମାନେ ଦେଉନଥିଲେ । ସେହି ସ୍ଥାନରୁ ତାଙ୍କୁ ତଡିଦେବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି । ବୃଦ୍ଧ କାଳରେ ଜଣେ ଲୋକ କେମିତି ବଞ୍ଚିବେ, କେଉଁଠି ରହିବେ ବୋଲି ଚଳିତ ବର୍ଷ ମେ ମାସ ଦୁଇ ତାରିଖ ଦିନ ନବରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଅଦାଲତର ଦ୍ବାରସ୍ଥ ହୋଇଥିଲେ ବୃଦ୍ଧା ।

ଉପ ଜିଲ୍ଲାପାଳଙ୍କ ଐତିହାସିକ ରାୟ, ବିଧବା ବୃଦ୍ଧାଙ୍କୁ ଦେଲେ ବଞ୍ଚିବାର ଅଧିକାର

ଦୟାମଣିଙ୍କ ଏହି ପିଟିସନ ପରେ ନବରଙ୍ଗପୁର ଉପ ଜିଲ୍ଲାପାଳ ତଦନ୍ତ ପରେ ନବରଙ୍ଗପୁର ଜିଲ୍ଳା ପାଇଁ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ବରିଷ୍ଠ ନାଗରିକ ଆଇନ-୨୦୦୭ ଅନୁସାରେ, ଦୟାମଣି ହରିଜନ ତାଙ୍କ ଜାଗାରେ ଘର କରିବେ ଏବଂ ଦୟାମଣୀ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ୪ ଜଣ ବିବାହିତ ଝିଅ ଭରଣ ପୋଷଣ ଦାୟିତ୍ବ ତୁଲାଇବେ ବଲି ଦୟାମଣିଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଏଥିସହ ସସମ୍ମାନର ସହ ବଞ୍ଚିବା ପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ରହିଛି । ଆବଶ୍ୟକ ସ୍ଥଳେ ବରିଷ୍ଠ ନାଗରିକ ମାନେ ଏହାର ଉପଯୋଗ କରନ୍ତୁ ବୋଲି ନବରଙ୍ଗପୁର ଉପ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.