ETV Bharat / state

ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

author img

By

Published : Apr 6, 2021, 9:17 AM IST

ଗତ ସୋମବାର ରାତିଠାରୁ ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ
ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର: ଜିଲ୍ଲାରେ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ଜିଲ୍ଲାର ୧୨ଟି ଥାନା ୮ ଟି ଫାଣ୍ଡି ଅଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରିବା ପାଇଁ ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହା ମିନା ନିର୍ଦ୍ଦେଶ ଦେଇଛନ୍ତି ।

ନବରଙ୍ଗପୁରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ନବରଙ୍ଗପୁର ସମେତ ୯ ଟି ଜିଲ୍ଳାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ୧୦ ଟା ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ବାକି ସବୁ ଦୋକାନକୁ ବନ୍ଦ କରାଯାଇଥିଲା । ଏହିଭଳି ନବରଙ୍ଗପୁର ସହର ମଧ୍ୟରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଛି । ଏଥିସହିତ ସହର ଓ ଗଳି କନ୍ଦିରେ ବୁଲିବୁଲି ପୋଲିସ ଅମାନିଆମାନଙ୍କ ଉପରର ନଜର ରଖିବା ସହ ରାତ୍ରିକାଳୀନ ବସମାନଙ୍କ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି ।

ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରିବା ପାଇଁ ପୋଲିସ ନବରଙ୍ଗପୁର ତହସିଲଦାରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ ନିୟମ ଉଲ୍ଲଘଂନ କରିବା ଲୋକଙ୍କ ବିରୁଦ୍ଧରେ କୋଭିଡ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ନବରଙ୍ଗପୁର ଏସପି କହିବା ସହ ଜରୁରିକାଳୀନ ସେବାକୁ ଛାଡିଦେଲେ ସବୁ ବନ୍ଦ ରହିବ ଏବଂ ଜିଲ୍ଲା ବାସୀଙ୍କୁ ସହଯୋଗ କରିବା ପାଇଁ ମଧ୍ୟ ଏସପି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.