ନବରଙ୍ଗପୁର: ଜିଲ୍ଲାରେ ଯୋଗଦେବେ ନୂତନ ଜିଲ୍ଲାପାଳ । କମଳଲୋଚନ ମିଶ୍ର ହେବେ ନବରଙ୍ଗପୁରର ନୂତନ ଜିଲ୍ଲାପାଳ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ରବିବାର ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ କମଳଲୋଚନ ମିଶ୍ରଙ୍କୁ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେ ଏକ୍ଜୁକେଟିଭ୍ ଡାଇରେକ୍ଟର ଓସଡମା ଭାବେ କାର୍ଯ୍ୟ କରୁଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ